ଚଳିତ ବର୍ଷ ହେବନି ବିଦ୍ୟୁତ୍‌‌ କାଟ

ଡେସ୍କ :  ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ତେବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ବୁଧବାର କହିଛନ୍ତି, ଚଳିତ ବର୍ଷ ଆଦୌ ବିଦ୍ୟୁତ୍‌‌ କାଟ ହେବ ନାହିଁ। ଏବେ  ଅସହ୍ୟ ଗରମ ଯୋଗୁଁ ଅନେକ ସ୍ଥାନରେ ବିଜୁଳି କାଟ୍‌‌ ହେଉଥିବା ଦେଖିବାକୁ ମିଳୁଛି। ତେବେ ମନ୍ତ୍ରୀ କହିଛନ୍ତି  ଯେ ‘ରାଜ୍ୟରେ ଏବର୍ଷ ବିଦ୍ୟୁତ୍‌‌ କାଟ ହେଇନି କି ହେବାର ସମ୍ଭାବନା ମଧ୍ୟ ନାହିଁ।

prayash

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‌‌ ଶକ୍ତି ରହିଛି । ଜନସାଧାରଣଙ୍କ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। କେଉଁଠି ଯାନ୍ତ୍ରିକ ତ୍ରୁଟି  କିମ୍ବା କାଳବୈଶାଖୀ ପାଇଁ ବିଦ୍ୟୁତ୍‌‌ କାଟ ହୋଇଛି। ତେବେ ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

 

Comments are closed.