ବିଜୁ ମହିଳା ଜନତା ଦଳ ପକ୍ଷରୁ ବୈଠକ

ସମ୍ବଲପୁର  : ସମ୍ବଲପୁର ମହାନଗର ନିଗମ ବିଜୁ ଜନତା ଦଳ କମିଟି ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ କୁସୁମପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ନିଗମ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସଂଯୁକ୍ତା ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଯଥା ଭତ୍ତା, ପାନୀୟ ଜଳ, ନାଳ ସମସ୍ୟା ଆଦି ଉପରେ ଆଲୋଚନା କରାଯାଇଥିଲା । ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଆଗାମୀ ଦିନରେ ପ୍ରଶାସନ ସହିତ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦିକ ଲିଲିମା ନାଏକ, କୋଷାଧ୍ୟକ୍ଷା ବୃନ୍ଦା କଟାଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.