ବିଦ୍ୟୁତ ଉପଭୋକ୍ତା ଅଭିଯୋଗ ପ୍ରକୋଷ୍ଠ ଉଦଘାଟିତ

ଚୌଦ୍ୱାର : ବିଦ୍ୟୁତ ଉପଭୋକ୍ତା ମାନଙ୍କ ଅଭିଯୋଗ ଗ୍ରହଣ ଏବଂ ସମସ୍ୟା ସମାଧାନ ଲକ୍ଷ୍ୟରେ ଟାଟା ପାୱାର ତରଫରୁ ଏକ ଅଭିଯୋଗ ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି । ପୌରପାଳିକାର ୯,୧୭ ଓ ୧୮ନଂ ୱାର୍ଡର ଗ୍ରାହକମାନଙ୍କ ପାଇଁ ନୂଆସାହିରେ ଏକ ଅଭିଯୋଗ ଗୃହକୁ ୯ନଂ ୱାର୍ଡ କାଉନସିଲର ରଙ୍ଗଲତା ସାହୁ ଉଦଘାଟନ କରିଥିଲେ। ଟିପିଓଡିସିଏଲର ମ୍ୟାନେଜର ସମୀରକାନ୍ତ ପଢିହାରୀ, ଯନ୍ତ୍ରୀ ଜଗନ୍ନାଥ ସାହୁ, ବିଜୟ କୁମାର ଜେନା, କାଉନସିଲର ଆଶୁତୋଷ ଦାସ, ବିଜୟ କୁମାର ସାହୁ, ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଉପଭୋକ୍ତାମାନଙ୍କୁ ତୁରନ୍ତ ସେବା ଯୋଗାଇଦେବା ପାଇଁ ଆଗାମୀ ଦିନରେ ଟାଟା ପାୱାର ଆହୁରି ଉନ୍ନତ ପଦକ୍ଷେପ ମାନ ଗ୍ରହଣ କରିବ ବୋଲି ଶ୍ରୀ ପଢିହାରୀ ପ୍ରକାଶ କରିଥିଲେ। ଲାଇନମ୍ୟାନ କେଦାରେଶ୍ୱର ଲେଙ୍କା, ରଜତ୍ କୁମାର ପଣ୍ଡା, ସଂଗ୍ରାମ କିଶୋର ସାହୁ, ଶିବରାମ ସାହୁ, ଅଜୟ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.