ଆଠଗଡର ସମାଜ ପାଠକ ମଞ୍ଚର ବୈଠକ

ଆଠଗଡ : ଆଠଗଡରେ ନବଗଠିତ ସମାଜ ପାଠକ ମଞ୍ଚର ପ୍ରଥମ ବୈଠକ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ତଥା ସମାଜର ଆଠଗଡ ପ୍ରତିନିଧି ସୁଧିରଞ୍ଜନ ଦାଶଙ୍କ ପ୍ରସ୍ତାବ କ୍ରମେ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କୁ ମଞ୍ଚର ସଭାପତି ଭାବେ ସର୍ବସମ୍ମତ ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଦୈନିକ ସମାଜ ଖବର କାଗଜର ସଂପାଦକ ଭାବେ ଆଠଗଡ ମାଟିର ପଦ୍ମଭୂଷଣ ଡଃ ରାଧାନାଥ ରଥ ଓ ଡଃ ମନୋରମା ମହାପାତ୍ରଙ୍କ ପରେ ଏହି ମାଟିର ସୁଯୋଗ୍ୟ ସନ୍ତାନ ନିରଞ୍ଜନ ରଥ ସଂପାଦକ ଆସନ ଅଳଙ୍କୃତ କରିଥିବାରୁ ପାଠକ ମଞ୍ଚ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏଥି ସହିତ ସମାଜ ଖବରକାଗଜ କିପରି ଆହୁରି ଉନ୍ନତ ଓ ପ୍ରଭାବଶାଳୀ ହୋଇପାରିବ ସେ ଦିଗରେ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗ୍ରହଣ କରାଯିବା ସହ ସମାଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ସାହିତ୍ୟିକ ତଥା ଶିକ୍ଷାବିତ୍‌‌ ପୁଲିନ ମିଶ୍ର, ଆଇନଜୀବୀ ଦିପାଳୀ ଦାଶ, ଶିକ୍ଷାବିତ୍‌‌ ନବକିଶୋର ରାଉତ, ସମବାୟ ବିଭାଗର ପୂର୍ବତନ ଅଧିକାରୀ ଗିରିଶ କୁମାର ମିଶ୍ର, ଶିକ୍ଷାବିତ୍‌‌ ସୁରେଶ କୁମାର ପରିଡା, ସମାଜସେବୀ ମିହିର କୁମାର ତ୍ରିପାଠୀ, ସମାଜସେବୀ ସଂଜୀବ ଲୋଚନ ସାହୁ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ନରେନ୍ଦ୍ର କୁମାର ପଟ୍ଟନାୟକ, ଗ୍ରନ୍ଥାଗାରିକ ଆଲୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.