‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ପଟ୍ଟାୟତ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶିଷ୍ଟ ସାହିତ୍ୟିକ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଓ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରୁଥିବା ପଟ୍ଟାୟତ ସାହୁ ଆମ ରାଜ୍ୟ ଓ ଦେଶ ପାଇଁ ଗୌରବ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରୁଥିବା ପଟ୍ଟାୟତ ସାହୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ ଉଭୟ ଆମ ରାଜ୍ୟ ଓ ଦେଶ ପାଇଁ ଗୌରବ। ଓଡ଼ିଆ ସାହିତ୍ୟକୁ ଆଗକୁ ନେବାରେ ଡ. ମିଶ୍ରଙ୍କ ପ୍ରଚେଷ୍ଟା ଏବଂ ଔଷଧୀୟ ବୃକ୍ଷ ରୋପଣ କରୁଥିବା ଶ୍ରୀ ସାହୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ଏହି ଅସାଧାରଣ କୃତିତ୍ୱରୁ ଏକବିଂଶ ଶତାବ୍ଦୀର ଯୁବପିଢି ଅନୁପ୍ରାଣିତ ହେବେ ବୋଲି ମୋର ବିଶ୍ୱାସ ବୋଲି ଶ୍ରୀ ପ୍ରଧାନ ଟ୍ବିଟ କରି କହିଛନ୍ତି।

Comments are closed.