ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ ବନାମ ହାଇଦରାବାଦ୍‌

ବିଜୟ ଲକ୍ଷ୍ୟରେ ଉଭୟ ଦଳ

ୱିଲିଂଟନ  : ଏକ୍‌ନା କ୍ରିକେଟ ଷ୍ଟାଡ଼ିୟମରେ ଶୁକ୍ରବାର ଚଳିତ ଆଇପିଏଲର ୧୦ତମ ଲିଗ୍‌ ମ୍ୟାଚ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଓ ସନରାଇଜର୍ସ ହାଇଦରାବାଦ୍‌ ମଧ୍ୟରେ ଖେଳାଯିବ। ଉଭୟ ଦଳ ଶେଷ ଲିଗ୍‌ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ହାସଲ ନେଇ ଲକ୍ଷ୍ୟ ରଖିଛନ୍ତି। ଆଇଡାନ ମାର୍କରାମ ଯୋଗ ଦେବା ପରେ ସନରାଇଜର୍ସ ହାଇଦରାବାଦର ଶକ୍ତି ବୃଦ୍ଧି ପାଇଛି।
ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦୁଇ ପଏଣ୍ଟ ପାଇଛି। ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫୦ରନରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ୧୨ରନରେ ପରାଜିତ ହୋଇଥିଲା। ବ୍ୟାଟିଂରେ ୱେଷ୍ଟଇଣ୍ଡିଜ୍‌ର କାଏଲ ମେୟର୍ସ ଦୁଇଟି ଅର୍ଦ୍ଧଶତକ ସହ ୧୨୬ରନ କରିଥିବାବେଳେ ନିକୋଲାସ ପୁରନ ୬୮ରନ କରିଛନ୍ତି। ଅଧିନାୟକ ଲୋକେଶ ରାହୁଲ ଏପର୍ଯ୍ୟନ୍ତ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ରାହୁଲ ଦୁଇଟି ମ୍ୟାଚରୁ ମାତ୍ର ୨୮ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦୀପକ ହୁଡା , ମାର୍କୋସ ଷ୍ଟୋଇନିସ, କ୍ରୁନାଲ ପାଣ୍ଡ୍ୟା ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ହୁଡା ୨ଟି ମ୍ୟାଚରୁ ୧୯ରନ, ଷ୍ଟୋଇନିସ ୩୩ରନ ଓ କ୍ରୁନାଲ ୨୪ରନ କରିଛନ୍ତି। ବ୍ୟାଟିଂରେ ଏବେ ରାହୁଲ, ଷ୍ଟୋଇନିସ, କ୍ରୁନାଲ ଓ ହୁଡାଙ୍କୁ ବଡ ଇନିଂସ ଖେଳିବାକୁ ପଡିବ। ଅନ୍ୟପକ୍ଷରେ ବୋଲିଂ​‌େ​‌ର ମାର୍କ ଉଡ୍‌ ୨ଟି ମ୍ୟାଚରୁ ୮ଟି ୱିକେଟ ନେଇଥିବା ବେଳେ ଆଭେଶ ଖାନ ମଧ୍ୟ ଉପଯୋଗୀ ବୋଲିଂ କରୁଛନ୍ତି। ସ୍ପିନର ଭାବେ ରବି ବିଷ୍ଣୋୟି ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ କ୍ରୁନାଲ ପାଣ୍ଡ୍ୟା ଓ କ୍ରିଷ୍ଣପ୍ପା ଗୌତମ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ସନରାଇଜର୍ସ ବିପକ୍ଷରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂକୁ ସୁଧାରି ଖେଳିବାକୁ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ଭୁବନେଶ୍ବର କୁମାରଙ୍କ ନେତୃତ୍ବରେ ସନରାଇଜର୍ସ ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୭୨ରନରେ ବଡ ବ୍ୟବଧାନରେ ପରାଜିତ ହୋଇଥିଲା। ସନରାଇଜର୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ବ୍ୟାଟିଂରେ ଅଭିଷେକ ଶର୍ମା , ମୟଙ୍କ ଅଗ୍ରୱାଲ , ରାହୁଲ ତ୍ରିପାଠୀ, ହ୍ୟାରି ବ୍ରୁକ୍‌ସ,ଗ୍ଲେନ ଫିଲିପ୍ସ ସମ୍ପୂର୍ଣ୍ଣ ଭାବେ ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ। ଅବଦୁଲ ସାମଦ ରାଜସ୍ଥାନ ବିପକ୍ଷରେ ଦଳ ପକ୍ଷରୁ ସର୍ବାଧିକ ୩୨ରନ କରିଥିଲେ। ମାର୍କରାମ ଯୋଗ ଦେବା ପରେ ଦଳର ବ୍ୟାଟିଂ ଶକ୍ତି ବୃଦ୍ଧି ପାଇଛି। ଅଲରାଉଣ୍ଡର ଭାବେ ୱାଶିଂଟନ ସୁନ୍ଦର ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଦ୍ରୁତ ବୋଲର ଭା​‌େ​‌ବ ଟି ନଟରାଜନ,ଉମ୍ରାନ ମଲ୍ଲିକ, ଭୁବନେଶ୍ବର କୁମାର ଓ ଫାଜଲ ଫାରୁକ୍‌ ରହିଥିବାବେଳେ ସ୍ପିନର ଭାବେ ଆଦିଲ ରସିଦ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ନଟରାଜନଙ୍କୁ ଛାଡିଦେଲ ଅନ୍ୟ ସମସ୍ତ ବୋଲର ପ୍ରଥମ ମ୍ୟାଚରେ ମହଙ୍ଗା ସାବ୍ୟସ୍ଥ ହୋଇଥିଲେ। ଲକ୍ଷ୍ନୌକୁ ହରାଇବାକୁ ହେଲେ ସନରାଇଜର୍ସକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଦଚେତ ଦଳ ପାଇଁ ବିଜୟ ସହଜ ହେବ ନାହିଁ।

Comments are closed.