www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଆୟୁର୍ବେଦର ଭୂମିକା

ସ୍ୱାସ୍ଥ୍ୟ ହିଁ ଏକମାତ୍ର ଅମୁଲ୍ୟ ସମ୍ପଦ ଏ ଉକ୍ତି ସଭିଙ୍କୁ ଜଣା।ସ୍ୱାସ୍ଥ୍ୟ କୁ ନିରୋଗ ରଖିଲେ ହିଁ ଆମେ ସମ୍ପତ୍ତି କୁ ବଂଚିତ ରଖିପାରିବା।ତେଣୁ ଏପ୍ରିଲ ସାତ ଆଜିର ଦିବସ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ରୂପେ ଘୋଷଣା କରିଆସୁଛି।ଜୀବନର ସବୁଠାରୁ ପ୍ରାଥମିକ ସୁଖ ହେଲା ନିରୋଗୀ ରହିବା।ସେଥିପାଇଁ ଆମକୁ ପର୍ୟ୍ଯାବରଣ ଠାରୁ ଆରମ୍ଭ କରି ରୋଷେଇଘର ପର୍ଯ୍ୟନ୍ତ ସଚେତନ ହେବା ଉଚିତ।ଆୟୁର୍ବେଦ ବ୍ୟବହାରିକ ଦିନଚର୍ଯ୍ୟା, ଋତୁଚର୍ଯ୍ୟା ଓ ବିଭିନ୍ନ ଚିକିତ୍ସା ପ୍ରଣାଳୀ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିପାରିବା।କାରଣ ସୁସ୍ଥତା ହିଁ ଆମର ପରିଚୟ ।ବିଭିନ୍ନ ମାରାତ୍ମକ ବ୍ୟାଧି ବହୁଳ ଭାବରେ ବ୍ୟାପିଚାଲିଛି ,ଯାହାର କୌଣସି ଚିକିତ୍ସା ମଧ୍ୟ ନାହିଁ ।ଏସବୁ ଜାଣି ମଧ୍ୟ ଆମେ ସ୍ୱାସ୍ଥ୍ୟ ସଚେତନ ନୁହେଁ।

ଚରକ ସୁଶୃତ ଭଳି ମୁନି ଋଷିମାନେ ବେଦ ଉପନିଷଦ ଆଦିରେ ସୁନ୍ଦର ଜୀବନଶୈଳୀ ର ପ୍ରମୁଖ ମାର୍ଗ ଦର୍ଶାଇଛନ୍ତି ଯାହା ଆୟୁର୍ବେଦ ରେ ଲିପିବଦ୍ଧ। କିନ୍ତୁ ଅଜ୍ଞାନତା ର ବଶବର୍ତ୍ତୀ ହୋଇ ମନୁଷ୍ୟ ଲୋଭ ମୋହ କାମ କ୍ରୋଧ ଓ ପାଞ୍ଚ ଇନ୍ଦ୍ରିୟ ର ଅସଂଯମତା ଦ୍ୱାରା ନିଜର ଶରୀର ଅବହେଳା ର ଶିକାର ହେଉଛନ୍ତି।ଫଳରେ ଆମ ଦେଶ ଓ ସମାଜ ସୁସ୍ଥତାର ପାହାଚ ର ଶିର୍ଷରେ ଚଢିପାରିବ।ସୁସ୍ଥତା ର ଉପାୟ ଆୟୁର୍ବେଦ ରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣିତ ଅଛି କାରଣ ଆୟୁର୍ବେଦ ହେଉଛି ବହୁ ପ୍ରାଚୀନ ଚିକିତ୍ସା ପ୍ରଣାଳୀ ଯାହା ଏବେ ବି ଘରେ ଘରେ ହି ପ୍ରତିଟି ହୃଦୟରେ ବିଦ୍ୟମାନ।ପ୍ରାକୃତିକ ଚିକିତ୍ସା, ଉତ୍ତମ ଆହାର ବିହାର, ସନ୍ତୁଳିତ ଖାଦ୍ୟପେୟ, ପ୍ରତିଦିନ ଯୋଗା ବ୍ୟାୟାମ, ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟା ନିୟମିତ ପାଳନ କରିବା ଉଚିତ। ଏ ସମସ୍ତ ପ୍ରଣାଳୀ ସ୍ୱାସ୍ଥ୍ୟ ରକ୍ଷାର ପ୍ରମୁଖ କାରଣ ଅଟେ।ପଂଚତତ୍ୱ ଚିକିତ୍ସା, ମୃତ୍ତିକା, ଜଳ, ଅଗ୍ନି ଦ୍ୱାରା ଚିକିତ୍ସା, କ୍ରିୟାତ୍ମକ ଯୋଗାଭ୍ୟାସ, ହିତକାରୀ ଖାଦ୍ୟ, ବିରୁଦ୍ଧ ଆହାର ପରିତ୍ୟାଗ, ପ୍ରାତଃଭ୍ରମଣ ଓ ପରିବେଶ ସୁରକ୍ଷା ସହିତ ନିଷ୍କାମ କର୍ମ କଲେ ସଚେତନ ରହିପାରିବା। ପ୍ରଭାତରେ ଖାଲି ପେଟରେ ଉଷୁମଜଳ ସେବନ, ତୈଳ ମାଲିଶ୍ ଏବଂ ସନ୍ତୁଳିତ ଖାଦ୍ୟ ପଦାର୍ଥ ସେବନ କରିବା ଲାଭଦାୟକ। ବିରୁଦ୍ଧ ଆହାର ପରିତ୍ୟାଗ ଅର୍ଥାତ କ୍ଷୀର ସହିତ ଦହି, ଲୁଣ, ମୂଳା, ଶାଗ, ଗୁଡ, ଅଁଳା, ଲେମ୍ବୁ, ବିରି, କୋଳଥ ସେବନ କରିବା ଅନୁଚିତ। ଆୟୁର୍ବେଦ ମତରେ ପଥ୍ୟ ଅଥବା ହିତକାରୀ ଆହାର ସେବନ ଦ୍ୱାରା ଯେପରି ସ୍ୱାସ୍ଥ୍ୟ ରକ୍ଷା ହୁଏ ଏବଂ ଦୋଷ ସମତୁଲ୍ୟ ରହେ ସେହିପରି ଅପଥ୍ୟ ସେବନ ଦ୍ୱାରା ସ୍ୱାସ୍ଥ୍ୟ ହାନି ଘଟିଥାଏ। ପ୍ରାଣାୟାମ, ଯୋଗାସନ, ବ୍ୟାୟାମ ନିୟମିତ ଜାରି ରଖିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଶରୀର ଦୃଢ଼ୀଭୁତ ହୋଇଥାଏ ଫଳରେ ବ୍ୟାଧି ଭିତରକୁ ପ୍ରବେଶ କରିପାରେନାହିଁ। ବିଭିନ୍ନ ପ୍ରକାର ନୂତନ ସଂକ୍ରମଣ ରୁ ବଂଚିତ ରହିବା ନିମନ୍ତେ ଆୟୁର୍ବେଦକୁ ଆପଣାଇବା ଏବଂ ସୁସ୍ଥ ସମାଜ ଗଠନ କରିବା ଏହା ଆମେ ପ୍ରତିଶୃତି ବଦ୍ଧ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories