ସମ୍ବଲପୁର: ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଙ୍କୁ ରାଜ୍ୟ ଓବିସି ମଞ୍ଚର କର୍ମକର୍ତ୍ତା ମାନେ ସାକ୍ଷାତ କରିଛନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ଙ୍କୁ ଓବିସି ମଞ୍ଚ ପକ୍ଷରୁ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ କରାଯାଉଥିବା ଆନ୍ଦୋଳନ ସର୍ମ୍ପକରେ ଅବଗତ କରାଯାଇଥିଲା। ଏହି ଅବସରରେ ଛତିଶଗଡ଼ ରାଜ୍ୟରେ ପଛୁଆବର୍ଗ ଙ୍କ ପାଇଁ ୧୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ ଏହାକୁ ୨୭ ପ୍ରତିଶତ କରିବା।ପଇଁ ଏକ ବିଧେୟକ ଗୃହରେ ପାରି ହୋଇ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ କହିଥିଲେ। ଆଲୋଚନା ସମୟରେ ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ର, ଛତିଶଗଡ଼ ସରକାରଙ୍କ ପଛୁଆ ବର୍ଗ ବିକାଶ ପ୍ରାଧିକରଣ ସଦସ୍ୟ ନରେନ ସାହୁ, ଦୀପକ ପ୍ରଧାନ, ପରଦେଶୀ ବିଶ୍ୱାଳ, ମଞ୍ଚର ସମ୍ବଲପୁର ଜିଲା ଆବାହକ ସରୋଜ ସାହୁ, ସୁଧାଂଶୁ ଶେଖର ମହାରଣା, ବିରେନ୍ଦ୍ର କୁମାର ପ୍ରଧାନ, ପାଣ୍ଡବ କର୍ଣ୍ଣ, ଉତ୍ତମ ପ୍ରଧାନ, ବ୍ରହ୍ମା ମହାକୁର, ନିଲୁ ସାହୁ, ଲମ୍ବୋଦର ନାୟକ ପ୍ରମୁଖ ଓବିସି ଅର୍ନ୍ତଭୁକ୍ତ ସମାଜ ଗୁଡିକର ରାଜ୍ୟ ଓ ଜିଲାସ୍ତରୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।
Popular Categories



