ଭାଇ ସହ ଝଗଡା ପରେ ଫୋନ୍ ଗିଳି ଦେଲା ଭଉଣୀ- ଅସ୍ତ୍ରୋପଚାର ପରେ ବାହାରିଲା
ଭୋପାଳ – ମଧ୍ୟପ୍ରଦେଶର ଭିଣ୍ଡ୍ ରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ସହ ଝଗଡାପରେ ଜଣେ ଯୁବତୀ ଫୋନ୍ ଗିଳି ଦେଇ ଗୁରୁତର ହୋଇଛନ୍ତି । ୧୮ ବର୍ଷିୟ ଏହି ଯୁବତୀଙ୍କର ତାଙ୍କ ଭାଇସହ ଫୋନ୍ ଦେଖିବାକୁ ନେଇ ଝଗଡା ହୋଇଥିଲା ।
ପରେ ଯୁବତୀ ଜଣଙ୍କ ଫୋନ୍ ଗିଳି ଦେଇଥିଲେ । ଏହି ଫୋନ୍ ପେଟକୁ ଚାଲିଯାଇଥିଲା । ପେଟ କାଟିବା ସହ ବାନ୍ତି ହୋଇଥିଲା । ଡାକ୍ତର ଏପରି ଘଟଣା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଛୋଟ ଫୋନ୍କୁ କେବଳ ଅସ୍ତ୍ରୋପଚାର ପରେ ବାହାରକରାଯାଇ ପାରିବ ବୋଲି ଡାକ୍ତର କହିଥିଲେ ।
ପ୍ରାୟ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଫୋନ୍ଟି ଯୁବତୀଙ୍କ ପେଟରୁ ବାହାରିଥିଲା । ଅସ୍ତ୍ରୋପଚାରପରେ ସେ ଭଲ ଥିବା କଥା ଚିକିତ୍ସା କରୁଥିବା ଡାକ୍ତର କୁଶଓ୍ୱାହା କହିଛନ୍ତି ।
Comments are closed.