ବ୍ୟାଙ୍କରୁ ଡକାୟତି ଉଦ୍ୟମ ପଣ୍ଡ
କଟକ: କଟକରୁ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ। ଗୁରୁବାର ତ୍ରିଶୁଳିଆ ନିକଟ ଫକିରପଡା ଆଇସିଆଇସିଆଇ ବ୍ୟାଙ୍କରୁ ଡକାୟତି ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ। ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କିଛି ସମୟ ବ୍ୟାଙ୍କ ଭିତରେ ଆତଙ୍କ ଖେଳାଇଥିଲେ। ହେଲେ ବ୍ୟାଙ୍କ ସାଇରନ ବାଜିବାରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ୩ ଜଣ ଦୁର୍ବୃତ୍ତ କଳା ପଲସରରେ ଆସିଥିବା ସୂଚନା। ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.