ଆଇପିଏଲ କ୍ରିକେଟ : ୨ୟ ବିଜୟ ଲକ୍ଷ୍ୟରେ ଆର୍ସିବି
କଲକାତାରେ କେକେଆର୍ ଓ ଆର୍ସିବି ମଧ୍ୟରେ ମୁକାବିଲା
କଲକାତା : ଇଣ୍ଡିଆନ ପ୍ରିମିୟର ଲିଗ୍(ଆପିଏଲ)-୧୬ର ଗୁରୁବାର ନବମ ଲିଗ୍ ମ୍ୟାଚ ଇଡେନଗାର୍ଡେନରେ କଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ନିତିଶ ରାଣାଙ୍କ ନେତୃତ୍ବାଧିନ କଲକାତା ନାଇଟ୍ ରାଇଡର୍ସ ଘରୋଇ ପଡିଆରେ ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଥିଲେ ମଧ୍ୟ ଆରସିବିର ପ୍ରଦର୍ଶନକୁ ଦେଖିଲେ ତାହା ସହଜ ମନେ କରାଯାଉନାହିଁ। ତାରକା ଖଚିତ ଆରସିବି ପ୍ରଥମ ମାଚରେ ଦମ୍ଦାର ବିଜୟ ହାସଲ କରିଥିବାବେଳେ କେକେଆର ଆରମ୍ଭରୁ ଝୁଣ୍ଟିଛି। ଶ୍ରେୟାସ ଆୟାର, ସାକିବ୍ ଅଲ୍ ହାସନଙ୍କ ବିନା କଲକାତା ଦୁର୍ବଳ ହୋଇପଡିଥିବାବେଳେ ଜାସନ ରୟ ଯୋଗ ଦେବା ପରେ କିଛି ମାତ୍ରାରେ ଦଳକୁ ଅାଶ୍ବସ୍ତି ମିଳିଛି। କେକେଆର ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ନିକଟରୁ ଡକ୍ୱଥ୍ ଲୁଇସ୍ ନିୟମ ଆଧାରରେ ୭ରନରେ ପରାଜିତ ହୋଇଥିଲା। ବ୍ୟାଟିଂରେ ମନଦୀପ୍ ସିଂହ, ରହେମୁଲ୍ଲା ଗୁର୍ବାଜ୍, ଅନ୍କୂଳ ରୟ, ରିଙ୍କୁ ସିଂହ ବିଫଳ ହୋଇଥିବାବେଳେ ନିତିଶ ରାଣା, ଆଣ୍ଡ୍ର୍ୟୁ ରସେଲ ଓ ଭେଙ୍କଟେଶ ଆୟାର ରନ କରିଥିଲେ ମଧ୍ୟ ବଡ ଇନିଂସ ଖେଳିବାେର ବିଫଳ ହୋଇଥିଲେ। ଜାସନ ରୟ ଯୋଗ ଦେବା ପରେ ବ୍ୟାଟିଂ ସ୍ଥିତି ସୁଧୁରିବା ଆଶା କରାଯାଉଛି। ଜାସନ ଓପନର ଭାବେ ରହେମୁଲ୍ଲା ଗୁର୍ବାଜ୍ଙ୍କ ସ୍ଥାନରେ ଖେଳିପାରନ୍ତି। ଅନ୍ୟପକ୍ଷରେ ଟିମ୍ ସାଉଥି, ଉମେଶ ଯାଦବ,ସାର୍ଦୁଳ ଠାକୁର ୍ ଦ୍ରୁତ ବୋଲିଂ ଭାର ସମ୍ଭାଳୁଥିବାବେଳ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ରହିଛନ୍ତି। ପଞ୍ଜାବ ବିପକ୍ଷରେ ଉମେଶ ଓ ବରୁଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଓଭର ପିଛା ୧୦ରୁ ଅଧିକ ରନ ବ୍ୟୟ କରିଥିଲେ। ଆରସିବି ବିପକ୍ଷରେ ଦଳକୁ ଉଭୟ ବ୍ୟାଟିଂ ଓ ବୋଲିଂକୁ ସୁଧାରିବାକୁ ପଡିବ। ନଚେତ ମ୍ୟାଚ ଜିତିବା କଷ୍ଟକର ହେବ। ସେହିପରି ଫ୍ଲାଫ ଡୁପ୍ଲେସିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଏକାଧିକ ତାରକା ଖେଳାଳି ରହିଛନ୍ତି। ଡୁପ୍ଲେସିଙ୍କ ସମେତ ବିରାଟ କୋହଲି, ଗ୍ଳେନ ମ୍ୟାକ୍ସୱେଲ,ମିଚେଲ ବ୍ରାସୱେଲ ଓ ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ପ୍ରଥମ ମ୍ୟାଚରେ ୫ଥର ବିଜେତା ମୁମ୍ବଇ ଇଣ୍ଡିଆନ୍ସକୁ ସହଜରେ ୮ ୱିକେଟରେ ପରାସ୍ତ କରିଥିଲା। ବ୍ୟାଟିଂରେ ବିରାଟ କୋହଲି ଓ ଡୁପ୍ଲେସି ପ୍ରଥମ ୱିକେଟରେ ୧୪୮ରନ ସଂଗ୍ରହ କରିଥିେଲ । କୋହଲି ୮୨ରନ କରି ଅପରାଜିତ ରହିଥିଲେ। ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସିରାଜ,ହର୍ଶଲ ପଟେଲ ଭଲ ପ୍ରଦର୍ଶନ କରିଥିେଲ। ରିିସି ଟପ୍ଲେ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଡାହାଣ କାନ୍ଧରେ ଆଘାତ ଲାଗିଥିଲ। ଫଳରେ ସେ ଗୁରୁବାର କେକେଆର ବିପକ୍ଷରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲ ଖେଳିବା ମନେ କରାଯାଉଛି। କାରଣ ଦ୍ରୁତ ବୋଲର ଜୋଶ ହାଜେଲଉଡ୍ ଏପଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି। ସ୍ପିନ ବୋଲର ଭାବେ କର୍ଣ୍ଣ ଶର୍ମା , ମିଚେଲ ବ୍ରାସୱେଲ ଓ ଗ୍ଲେନ ମ୍ୟାକ୍ସୱେଲ ଦାୟିତ୍ବ ତୁଲାଉଛନ୍ତି। ଉଭୟ ଦଳର ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ଆରସିବି ୩ଟି ଓ କେକେଆର ୨ଟି ମ୍ୟାଚରେ ବିଜୟୀ ହୋଇଛି।୨୦୨୨ରେ ଶେଷ ଥର ପାଇଁ ଖେଳାଯାଇଥିବା ମ୍ୟାଚରେ ଆରସିବି ୩ ୱିକେଟରେ କେକେଆରକୁ ପରାସ୍ତ କରିଥିଲା।
Comments are closed.