www.samajalive.in
Tuesday, December 9, 2025
15.1 C
Bhubaneswar

ଦୀପାବଳିରେ ଘରର ଏହି ସ୍ଥାନରେ ଦୀପ ପ୍ରଜ୍ବଳନ କରନ୍ତୁ

ଦୀପାବଳିରେ ଘରେ ସୁଖଶାନ୍ତି ଓ ଧନ ବୃଦ୍ଧି ପାଇଁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ। ଦୀପାବଳିରେ ଦୀପ ଦାନର ଅନେକ ମହତ୍ତ୍ବ ରହିଛି। ଘରର ସମସ୍ତ କୋଣରେ ଦୀପ ପ୍ରଜ୍ବଳନ କରାଯାଇଥାଏ। ଦୀପାବଳିରେ ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କର ପୂଜା କରାଯାଇଥାଏ। ଏହାପରେ ଘରର କୋଣମାନଙ୍କରେ ତେଲର ଦୀପ ପ୍ରଜ୍ବଳନ କରାଯାଏ।
ଘରର କିଛି ଏପରି କୋଣ ରହିଛି, ଯେଉଁଠି ଦୀପାବଳି ଦିନ ଦୀପ ଜଳାଇବା ଦ୍ବାରା ପରିବାର ସଦସ୍ୟଙ୍କର ଦୁଃଖ ଦୂର ହୋଇଥାଏ। ଏହାସହ ଧନ ବୃଦ୍ଧି ହୋଇଥାଏ।
ଦୀପାବଳି ରାତିରେ ଘରର ମୁଖ୍ୟଦ୍ବାରର ଉଭୟ ପାଖରେ ତେଲର ଦୀପ ପ୍ରଜ୍ବଳନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଜିକାଲି ବଜାରରେ ଅନେକ ଡିଜାଇନର ଦୀପ ଉପଲବ୍ଧ। ଏହା ଅତ୍ୟନ୍ତ ଆକର୍ଷିତ ହୋଇଥାଏ। ଘରେ ସଜାଇବା ପାଇଁ ଏହାକୁ କିଣି ପାରିବେ। କିନ୍ତୁ ଘରର ମୁଖ୍ୟଦ୍ବାରର ଉଭୟ ପାର୍ଶ୍ବରେ ତେଲର ଦୀପ ପ୍ରଜ୍ବଳନ କରିବା ଉଚିତ।
ଏହାପରେ ଘରର ଅଗଣାରେ ଦୀପ ଲଗାଇବା ଉଚିତ। ଦୀପ ଜଳାଇବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଅଗଣାରେ ପ୍ରଜ୍ବଳିତ କରାଯାଇଥିବା ଦୀପ ରାତି ସାରା ଜଳିବା ଉଚିତ। ଏହାସହ ଘରର ଚଉରା ମୂଳରେ ମଧ୍ୟ ଦୀପ ଜଳାଇବା ଉଚିତ। ଦୀପାବଳି ସନ୍ଧ୍ୟା ସମୟରେ ଘରେ ପୂଜା କରିବା ପରେ ସମସ୍ତ ସ୍ଥାନରେ ଦୀପ ଜଳାନ୍ତୁ। ରାତି ସାରା ଦୀପ ଜଳାଇବା ଦ୍ବାରା ଘରେ ଦରିଦ୍ରତା ଦୂର ହୋଇଥାଏ।
ଯଦି ଆପଣଙ୍କ ଘର ପାଖରେ କୌଣସି ମନ୍ଦିର ଥିବ ତେବେ ସେଠାରେ ମଧ୍ୟ ଦୀପ ଜଳାଇବା ଉଚିତ। ମନ୍ଦିର ପରିସରରେ ଅଶ୍ବତ୍ଥ ବୃକ୍ଷ ଥିଲେ ତା ମୂଳରେ ମଧ୍ୟ ଦୀପ ଜଳାନ୍ତୁ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories