କାଦୁଆ ମେଳଣ ଅନୁଷ୍ଠିତ
ବିଧାୟକଙ୍କ ପରିଦର୍ଶନ
ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକର ଅନ୍ୟତମ ପ୍ରସିଦ୍ଧ କାଦୁଆ ମେଳଣ ଚୈତ୍ର ମାସ ଦ୍ୱାଦଶୀ ଓ ତ୍ରୟୋଦଶୀ ତିଥିରେ ପାରମ୍ପରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି। କାଦୁଆ ଥାନପତି ଠାକୁର ଶ୍ରୀ ଶ୍ରୀ ଭଗବତ ବାସୁଦେବ ଓ ଶ୍ରୀ ଶ୍ରୀ ରାଧାକୃଷ୍ଣ ଠାକୁର ମନ୍ଦିର ଠାରୁ ବିମାନରେ ବିଜେ କରି ମେଳଣ ପଡିଆ ଆସ୍ଥାନରେ ବିରାଜମାନ କରିଥିଲେ। ସାନ କାଞ୍ଜିଆ, ଚଣା ଗୋରଡା, ହରି ଶଙ୍କର ପୁର, ଭଟ୍ଟ ପୁର, ମହାବଳ ପଡ଼ା, ଅର୍ଜୁନ ସିଂ ପୁର, ଆଠ ବାଟିଆ ନୁଆସାହି, ପଦା ସାହି, ଦୁମୁକି ପୁର ନୁଆସାହି, ସିରିଆ ପୁର ମଠସାହି, ଝଜା ପଡା, ନୂଆ ପଡା, ବାଲିଗାଁ, ହରି ଶଙ୍କର ପୁର ଓ ଚଉଦ ବାଟିଆ ପଣ୍ଡା ସାହି ଗ୍ରାମର ଠାକୁର ବିମାନରେ ବିଜେ କରି ଶୋଭାଯାତ୍ରାରେ ଆସି ମେଳଣ ପଡିଆ ଆସ୍ଥାନରେ ବିରାଜମାନ କରିଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର ପ୍ରମୁଖ ମେଳଣ ପରିଦର୍ଶନ କରିଥିଲେ। ଗ୍ରାମବାସୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଠାକୁର ଦର୍ଶନ କରିବା ନିମନ୍ତେ ଆଖପାଖ ଅଞ୍ଚଳର ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା।
Comments are closed.