www.samajalive.in
Sunday, December 7, 2025
26.1 C
Bhubaneswar

ଜାପାନକୁ ଚୀନ୍‌ର ବିରୋଧ – ମାଇକ୍ରୋଚିପ୍‌ ନିର୍ମାଣରେ ଲାଗୁଥିବା ଜନିଷ ଉପରେ ପ୍ରତିବନ୍ଧକ ଲଗାଇଲା ଜାପାନ

ଟୋକିଓ – ଜାପାନକୁ ଚୀନ୍‌ର ବିରୋଧ । ଚୀନ୍‌ ନିର୍ମିତ ବିଭିନ୍ନ ମାଇକ୍ରୋ ଏବଂ ଇଲୋକ୍ଟ୍ରନିକ୍ସ୍‌ ଚିପ୍‌ର ନି୍ର୍ମାଣ ସମାଗ୍ରୀ ଉପରେ ଜାପାନ ପ୍ରତିବନ୍ଧକ ଲଗାଇଛି । ଜାପାନରୁ ଏହି ଜିନିଷ ଆମଦାନୀ କରି ଚୀନ୍‌ ବିଭିନ୍ନ ଚିପ୍‌ ତିଆରି କରୁଥିଲା । ମାତ୍ର ଜାପାନ୍‌କୁ ଶତ୍ରୁ ପରି ବ୍ୟବହାର କରୁଥିବା ଚୀନ୍‌ ଏହାର ସାମରିକ ଶକ୍ତି ବୃଦ୍ଧି କରିବା ସହ ଜାପାନକୁ ଘେରିବା ପାଇଁ ଚେଷ୍ଟା କରୁଥିଲା ।

ଜାପାନ ଇଲୋକ୍ଟ୍ରନିକ୍ସ୍‌ ଚିପ୍‌ର ନି୍ର୍ମାଣ ସମାଗ୍ରୀ ଉପରେ ଜାପାନ ପ୍ରତିବନ୍ଧକ ଲଗାଇବା ପରେ ଚୀନ୍‌ ପକ୍ଷରୁ ଏହାକୁ ବିରୋଧ କରିଛି । ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍‌ ଜାପାନର ଏହି ପଦକ୍ଷେପକୁ ବିରୋଧ କରିବା ସହ ଚୀନ୍‌ ଜାପାନ ଉପରେ ଅସନ୍ତୁଷ୍ଟ ଥିବା କଥା ଦର୍ଶାଇଛନ୍ତି ।

- Advertisement -

ଜାପାନ୍‌ ୨୩ ପ୍ରକାରର ସେମିକଣ୍ଡକ୍ଟର ନିର୍ମାଣ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ ଆମେରିକା ଚୀନ୍‌ ଅଧିକ ଅତ୍ୟାଧୁନିକ୍‌ ଚିପ୍‌ ନିର୍ମାଣକୁ ବିରୋଧ କରିଥିଲା । ଏବେ ଜାପାନ୍‌ର ଚିପ୍‌ ନିର୍ମାଣକାରୀ କମ୍ପାନୀ ନିକନ ଏବଂ ଟୋକିଓ ଇଲୋକ୍ଟ୍ରନିକ୍ସ ଚୀନ୍‌ର ନାମ ନ ନେଇ ଏହି ପ୍ରତିବନ୍ଧକ କଥା ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ଶାନ୍ତି ଏବଂ ସ୍ଥିରତା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ଏହି କମ୍ପାନୀମାନେ ସୂଚନା ଦେଇଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories