www.samajalive.in
Monday, December 15, 2025
16.1 C
Bhubaneswar

ଧନତେରସରେ ସୁନା କିଣିବା ପୂର୍ବରୁ, ଜାଣନ୍ତୁ ଆପଣଙ୍କ ରାଶି ପାଇଁ ଶୁଭ କି ଅଶୁଭ !

ଧନତେରସ ଦିନ ସୁନା ବା ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ବିଶ୍ବାସ ଅନୁଯାୟୀ ଧନତେରସ ଦିନ ବହୁତ ଲୋକ ସୁନା ବା ରୂପାର ଅଳଙ୍କାର କିଣିଥାନ୍ତି । କ’ଣ ଆପଣ ଜାଣନ୍ତି ଏହି ସୁନା ବା ରୂପା କିଣିବା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଅଶୁଭ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ରାଶିର ଲୋକଙ୍କ ପାଇଁ କ’ଣ ରହିଛି।

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଦିନ ସୁନା କିଣିବା ବହୁତ ଶୁଭ ଅଟେ ।

- Advertisement -

ବୃଷ: ଏହି ରାଶିର ଲୋକଙ୍କ ପାଇଁ ସୁନା ଅଶୁଭ ଅଟେ ।

ମିଥୁନ: ମିଥୁନ ରାଶିର ବ୍ୟକ୍ତି ସୁନା ଧାରଣ କରିବା ଶୁଭ ନୁହେଁ।

କର୍କଟ: ଏହି ରାଶିର ବ୍ୟକ୍ତି ଯଦି ଧନତେରସ ଦିନ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ କିଣନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ।

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ଅଟେ। ଧନତେରସ ଦିନ ସୁନା କିଣିବା ସହ ତାହାକୁ ଧାରଣ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

ଧନୁ: ଏହି ରାଶିର ଲୋକଙ୍କ ପାଇଁ ସୁନା ଉତ୍ତମ ଅଟେ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ସୁନା ଅତ୍ୟନ୍ତ ଶୁଭ ହୋଇ ନ ଥାଏ, କିମ୍ବା ଅଶୁଭ ମଧ୍ୟ ହୋଇ ନ ଥାଏ। ସୁନା କିଣିବା ବା ଧାରଣ କରିବା ମଧ୍ୟମ ରହିଥାଏ।

ମୀନ: ବିଛା ରାଶି ପରି ମଧ୍ୟ ଏହି ରାଶିର ଲୋକଙ୍କ ପାଇଁ ସୁନା ଧାରଣ କରିବା ମଧ୍ୟମ ଅଟେ। ବିଶେଷ ଶୁଭ ବା ଅଶୁଭ ହୋଇ ନ ଥାଏ।

କନ୍ୟା: ଏହି ରାଶିର ବ୍ୟକ୍ତି ସୁନା ଧାରଣ କରିବା କିମ୍ବା କିଣିବା ଶୁଭ ହୋଇ ନ ଥାଏ।

କୁମ୍ଭ: ଏହି ରାଶିର ଲୋକଙ୍କ ପାଇଁ ସୁନା ଉତ୍ତମ ହୋଇ ନ ଥାଏ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ସୁନା ଧାରଣ କରିବା ଅଶୁଭ ଅଟେ।

ମକର: ଏହି ରାଶିର ଲୋକଙ୍କ ପାଇଁ ସୁନା ଧାରଣ କରିବା କଦାପି ଠିକ୍ ନୁହେଁ।

ସୁନା ଅଳଙ୍କାର ଧାରଣ କରିବା ପୂର୍ବରୁ ନିଜ ରାଶି ଲଗ୍ନକୁ ନେଇ ବିଚାର କରିବା ଭୁଲନ୍ତୁ ନାହିଁ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories