www.samajalive.in
Sunday, December 14, 2025
26.1 C
Bhubaneswar

ଗୋଦରେଜ୍‌ ପ୍ରପର୍ଟିଜ୍‌ ପକ୍ଷରୁ ଓଡ଼ିଶାରେ ଲ୍ୟାଣ୍ଡ୍‌ଫିଲ୍‌ରୁ ସଫଳତାର ସହ ୧୦ ହଜାର ଟନ୍‌ ବର୍ଜ୍ୟବସ୍ତୁ ଅପସାରଣ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରିଅଲ୍‌ ଇଷ୍ଟେଟ୍‌ ଡେଭେଲପର ଗୋଦରେଜ୍‌ ପ୍ରପର୍ଟିଜ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାର କୋଣାର୍କ ଓ ଭୁବନେଶ୍ୱର (ୟୁନିଟ୍‌-୪ ଅଂଚଳ)ରୁ ସଫଳତାର ସହ ଯଥାକ୍ରମେ ୧,୪୭୧ ଟନ୍‌ ଓ ୮,୬୪୬ ଟନ୍‌ ଲ୍ୟାଣ୍ଡ୍‌ଫିଲ୍‌ ବର୍ଜ୍ୟ ଅପସାରଣ କରାଯାଇଛି । ରାଜ୍ୟରେ ସରକାରୀ ଏଜେନ୍‌ସି ଓ ଏନ୍‌ଜିଓ ସହଯୋଗୀ ଫିଡ୍‌ବ୍ୟାକ୍‌ ଫାଉଣ୍ଡେସନ ସହଯୋଗିତାରେ ମୁମ୍ବାଇର ଏହି ରିଅଲ ଇଷ୍ଟେଟ୍‌ ସଂସ୍ଥା ଓଡ଼ିଶାର ଏହି ସଫଳତା କାହାଣୀକୁ ପଂଜାବ (ବଟାଲା), ଉତରପ୍ରଦେଶ (ଆଗ୍ରା) ଓ ମଧ୍ୟପ୍ରଦେଶ (ବୁଧ୍‌ନି) ଭଳି ରାଜ୍ୟରେ ଦୋହରାଇ ସହରଗୁଡ଼ିକର ବର୍ଜ୍ୟ କ୍ଷେତ୍ରରୁ ବର୍ଜ୍ୟବସ୍ତୁ ଆହୁରି ହ୍ରାସ କରିବାକୁ ଲକ୍ଷ୍ୟ ରଖିଛିି ।

ଲ୍ୟାଣ୍ଡ୍‌ଫିଲ୍‌ରୁ ବର୍ଜ୍ୟ ଅପସାରଣ କରିବା ପ୍ରକ୍ରିୟାରେ ସାମିଲ ରହିଛି ପୃଥକୀକୃତ ବର୍ଜ୍ୟକୁ ସଂଗ୍ରହ କରିବା ଏବଂ ମାଟେରିଆଲ୍‌ ରିକଭରି ଫାସିଲିଟିଜ୍‌ (ଏମ୍‌ଆର୍‌ଏଫ୍‌) ଓ ମୁନିସପାଲ୍‌ କମ୍ପୋଷ୍ଟିଙ୍ଗ୍‌ ସେଂଟର (ଏମ୍‌ସିସି)ରେ ତାହାକୁ ଆହୁରି ପ୍ରକ୍ରିୟାକରଣ କରିବା । ବର୍ଜ୍ୟବସ୍ତକୁ ଆହୁରି ପୃଥକ କରିବା ଲାଗି ମାଧ୍ୟମିକ ପୃଥକୀକରଣ କରାଯାଉଛି । ଅର୍ଗାନିକ୍‌ ବର୍ଜ୍ୟ କ୍ଷେତ୍ରରେ ତାହାକୁୁ ଖତରେ ପରିଣତ କରିବା ଲାଗି ବ୍ୟାକ୍ଟେରିଆ କଲଚର୍‌ ମିଶାଯାଉଛି । ଶୁଖିଲା ବର୍ଜ୍ୟ କ୍ଷେତ୍ରରେ ରିସାଇକଲ୍‌ ହୋଇପାରୁଥିବା ବସ୍ତୁଗୁଡ଼ିକୁ ଅଲଗା କରାଯାଉଛି ଏବଂ ୧୨ଟି ପୃଥକ ବିନ୍‌ରେ ରଖାଯାଉଛି ଏବଂ ଶେଷରେ ରିସାଇକଲ୍‌ରମାନଙ୍କୁ ବିକ୍ରି କରାଯାଉଛି ।
କୋଣାର୍କ ଓ ଭୁବନେଶ୍ୱରରେ ଦୀର୍ଘସ୍ଥାୟୀ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରି ଗୋଦରେଜ୍‌ ପ୍ରପର୍ଟିଜ୍‌ ପକ୍ଷରୁ ଏନ୍‌ଜିଓ ସହଯୋଗୀ ଫିଡ୍‌ବ୍ୟାକ୍‌ ଫାଉଣ୍ଡେସନ ସହଯୋଗରେ ଆସନ୍ତାକାଲିର ନାଗରିକମାନଙ୍କୁ ବର୍ଜ୍ୟ ପୃଥକୀକରଣ ବିଷୟରେ ସଚେତନ କରିବା ଲାଗି ସ୍ଥାନୀୟ ବିଦ୍ୟାଳୟଗୁଡ଼ିକରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଗୁଡ଼ିକରେ ଚାରି ପ୍ରକାର ବର୍ଗର ପୃଥକୀକରଣ ଯଥା ଶୁଖିଲା, ଓଦା, ଘରୋଇ ବାୟୋମେଡିକାଲ୍‌ ଓ ଘରୋଇ ଘାତକ ଆଦି ସମ୍ପର୍କିତ ପ୍ରକ୍ରିୟାରେ ବର୍ଜ୍ୟ ପୃଥକୀକରଣ ଉପରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଗୋଦରେଜ୍‌ ପ୍ରପର୍ଟିଜ୍‌୍‌ର ସିଏସ୍‌ଆର୍‌ ମୁଖ୍ୟ ଓ ସଷ୍ଟେନେବିଲିଟି ଅଫିସର, ବିଖ୍ରୋଲି ଶ୍ରୀ ଅନୁଭବ ଗୁପ୍ତା କହିଛନ୍ତି ଯେ, “ବର୍ଜ୍ୟର ଦାୟିତ୍ୱହୀନ ପରିଚାଳନାର ପରିବେଶ ଉପରେ ସୁଦୂର ପ୍ରସାରୀ ପ୍ରଭାବ ରହିଛି ଏବଂ ଏଥିପ୍ରତି ଆମକୁ ଜରୁରୀକାଳୀନ ଧ୍ୟାନ ଦେବାକୁ ପଡ଼ିବ । ପ୍ରାୟ ୬୦୦୦ ବର୍ଜ୍ୟ ଜେନେରେଟର୍‌ ଜରିଆରେ କୋଣାର୍କରେ ଆମର ପରୀକ୍ଷାମୂଳକ ବର୍ଜ୍ୟ ପରିଚାଳନା କାର୍ଯ୍ୟକାରିତାର ସଫଳତା ଦୀର୍ଘସ୍ଥାୟୀ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାର ପ୍ରଭାବକୁ ପ୍ରଦର୍ଶିତ କରିଛି । ଏହି ପ୍ରକଳ୍ପ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିଥିବା ବେଳେ ସ୍ୱଚ୍ଛ ସେନାନି ଭାବେ ପୁରୁଣା ଜରି ଗୋଟାଳିମାନଙ୍କୁ ସମନ୍ୱିତ କରି ଅଣସଂଗଠିତ କ୍ଷେତ୍ରକୁ ମଧ୍ୟ ସଶକ୍ତ କରିଛି । ଓଡ଼ିଶାରେ ମିଳିଥିବା ସଫଳତାକୁ ନେଇ ଭାରତର ଅନ୍ୟ ସହରଗୁଡ଼ିକରେ ଏହି ଅଭିଯାନକୁ ସମ୍ପ୍ରସାରଣ କରିବାକୁ ଗୋଦରେଜ୍‌ ପ୍ରପର୍ଟିଜ୍‌ ଉତ୍ସାହିତ ଅଛି ଯାହା ସମସ୍ତଙ୍କ ପାଇଁ ଏକ ସ୍ୱଚ୍ଛ ଓ ନିରନ୍ତର ପରିବେଶ ସୃଷ୍ଠି କରିବା ପ୍ରତି ଆହୁରି ଅଧିକ ଯୋଗଦାନ ଦେଇପାରିବ ।’’

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories