www.samajalive.in
Monday, December 15, 2025
14.1 C
Bhubaneswar

‘ଉତ୍କଳ’ ଗଣତନ୍ତ୍ରର ଭୂମି : ଧର୍ମେନ୍ଦ୍ର

କଟକ : ଐତିହାସିକ ରେଭେନ୍ସାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ଭିତ୍ତିଭୂମି ପଡିଥିଲା। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏଭଳି ଐତିହାସିକ ସ୍ଥଳରେ ଓଡ଼ିଶାର ଚାରି ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ନୃତ୍ୟଗୁରୁ କେଳୁଚରଣ ମହାପାତ୍ର, ଅଭିନେତ୍ରୀ ତଥା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶିକା ପାର୍ବତୀ ଘୋଷ, ଚିରସବୁଜ ଗୀତିକାର ଅକ୍ଷୟ ମହାନ୍ତିଙ୍କ ନାମରେ ଡାକ ଟିକଟ ପ୍ରଚଳନ ହେବା ଗୌରବର ବିଷୟ। ସ୍ବାଭିମାନୀ ଓଡ଼ିଆ ଭାବେ ଏହା ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାଦାୟ ହୋଇ ରହିବ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାର ଅଫ୍‌ ୱିଜ୍‌ଡମରେ ଗୁରୁବାର ଅପରାହ୍ଣରେ ଆୟୋଜିତ ଡାକ ଟିକଟ ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ମହାଡ଼ାକପାଳ ଶୁଭେନ୍ଦୁ ସ୍ବାଇଁଙ୍କ ତତ୍ତ୍ବାବଧାନରେ  ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପୂର୍ବରୁ ଡାକ ଟିକଟ ପ୍ରକାଶ ପାଇଁ ଓଡ଼ିଶାର ବିଧାନସଭାରେ ବହୁବାର ଦାବି ଉପସ୍ଥାପନ ହୋଇଥିଲା। ଏପରି କି ଲୋକସଭାରେ ମଧ୍ୟ ବହୁବାର ନିବେଦନ ହୋଇଛି। ସମୟ ବଦଳିବା ସାଙ୍ଗେ ଏବେ ଓଡ଼ିଶାର ୪ ବରପୁତ୍ରଙ୍କୁ ଏକା ସାଙ୍ଗେ ଡାକ ଟିକଟରେ ସ୍ଥାନ ମିଳିଛି। ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଭାରତବର୍ଷକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାର ଯେଉଁ ସ୍ବପ୍ନ ରହିଛି ତାହା ଓଡ଼ିଶାରୁ ଆରମ୍ଭ ହୋଇଛି। ସ୍ବାବଲମ୍ବୀ, ସ୍ବାଭିମାନୀ ଓ ବିକଶିତ ଓଡ଼ିଶା ଦ୍ବାରା ହିଁ ଦେଶ ବିକଶିତ ହୋଇପାରିବ ବୋଲି କହିଥିଲେ। ରେଭେନ୍ସା ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁ। ଉତ୍କଳ ଭୂମି ଗଣତନ୍ତ୍ରର ଭୂମି ଥିଲା। ଏହାକୁ ଜାତୀୟସ୍ତରରେ ରେଭେନ୍ସା ବିଶ୍ବବିଦ୍ୟାଳୟ ହିଁ ଉପସ୍ଥାପନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ସମ୍ମାନନୀୟ ଅତିଥିଭାବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଲେ, କଟକ ଐତିହ୍ୟ, ଭାଇଚାରା ଓ ପରମ୍ପରାର ସହର। ଏ ସହରର ଗର୍ବ ଓ ​ଗୌରବ ଥିବା ବରପୁତ୍ରଙ୍କ ନାମରେ ଡାକ ଟିକଟ ପ୍ରଚଳନ ହେବା ସୌଭାଗ୍ୟର ବିଷୟ। ଓଡ଼ିଶାର ବିକାଶ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟମ କରାଯାଉଛି। ଏହି ବିଶାଳ ପ୍ରଦେଶକୁ ୧୦ ବର୍ଷ ପୂର୍ବରୁ ରେଳ ବିକାଶ ନିମନ୍ତେ ବାର୍ଷିକ ମାତ୍ର ୭୦୦ ରୁ ୮୦୦ କୋଟି ଟଙ୍କା ମିଳୁଥିଲା। ଏବେ ୧୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ଏଥିସହ ଓଡ଼ିଶାରେ ବର୍ଷକୁ ପ୍ରାୟ ୫୦ କିଲୋମିଟର ନୂଆ ରେଳ ଲାଇନ୍‌ ତିଆରି ହେଉଥିଲା। ଚଳିତବର୍ଷ ୪୫୦ କିଲୋମିଟର ରେଳ ଲାଇନ୍‌ ତିଆରି ହୋଇଛି। ଓଡ଼ିଶାର ଦୂରସଂଚାର ବିକାଶ ପାଇଁ ୫୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଆ ଏକମାତ୍ର ଭାଷା ଯାହାକୁ ମଣିଷ ତିଆରି କରିନାହନ୍ତି। ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତଙ୍କୁ ପ୍ରସାଦ ଭାବେ ଦେଇଛନ୍ତି। ଏହି ସୁନ୍ଦର ଭାଷା, ସୁନ୍ଦର ସହରକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରୟାସ ଜାରି ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। ଅତିଥିଭାବେ ବିଧାୟକ. ଇଂ. ମହମ୍ମଦ ମୋକିମ୍‌, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ସଞ୍ଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ। ଡାକ ଟିକଟ ଉନ୍ମୋଚନ ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଅ ଗୁରୁକଲ୍ୟାଣ ମହାପାତ୍ର, ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁଅ ରତିକାନ୍ତ ମହାପାତ୍ର, ଗୀତିକାର ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି, ପ୍ରଥମ ଚଳଚ୍ଚିତ୍ର ନିର୍ଦେଶିକା ପାର୍ବତୀ ଘୋଷଙ୍କ ଭଉଣୀ କ୍ଷରଦ୍ବୟୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମିତ୍ରଭାନୁ ଓ ତାଙ୍କ ଦଳ ଅକ୍ଷୟ ମହାନ୍ତିଙ୍କ ‘ଚନ୍ଦ୍ରମଲ୍ଲୀ ହସେ’ ଗୀତ ଗାଇ ମନ୍ତ୍ରମୁଗ୍ଧ କରିଥିବା ବେଳେ ବାଗେଶ୍ବରୀ କଳାକୁଞ୍ଜ ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦ ଅଷ୍ଟପଦୀ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସରୋଜ କୁମାର ବେହେରା ଓ ସସ୍ମିତା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories