www.samajalive.in
Monday, December 15, 2025
14.1 C
Bhubaneswar

ଅଜୟ ବାଙ୍ଗା ହେବେ ବିଶ୍ବ ବ୍ୟାଙ୍କ ସଭାପତି

ନୂଆଦିଲ୍ଲୀ : ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା। ପ୍ରଥମ ଭାରତ ଜନ୍ମିତ ଅର୍ଥନୀତିଜ୍ଞ ଭାବେ ଆମେରିକା ତାଙ୍କୁ ଏହି ପଦ ପାଇଁ ମ​ନୋନୀତ କରିଛି । ଲେଫ୍ଟନାଣ୍ଟ ଜେନେରାଲ ହରଭଜନ ବାଙ୍ଗାଙ୍କ ପୁଅ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ସହ ଆଇଆଇଏମ୍‌-ଅହମ୍ମଦାବାଦରୁ ଉତ୍ତୀର୍ଣ୍ଣ ୬୩ ବର୍ଷୀୟ ବାଙ୍ଗା ବିଶ୍ବ ବ୍ୟାଙ୍କ ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ନିଶ୍ଚିତ ଜଣାପଡ଼ୁଛି। ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ବିଜୟୀ ହେଲେ ବାଙ୍ଗା ଡେଭିଡ ବାଲପାସ୍‌ଙ୍କ ଉତ୍ତରାଧିକାରୀ ହେବେ। ବାଙ୍ଗା ପୂର୍ବରୁ ମାଷ୍ଟର କାର୍ଡର ସିଇଓ ଏବଂ ସଭାପତି ଥିଲେ। ଏଥିସହ ଜେନେରାଲ ଆଟଲାଣ୍ଟିକ୍‌ର ଉପାଧ୍ୟକ୍ଷ, ପେପ୍‌ସିକୋ, ନେଷ୍ଟଲେ ଭଳି କମ୍ପାନୀର ପ୍ରମୁଖ ପଦରେ କାର୍ଯ୍ୟ କରିଥିଲେ। ବ୍ୟବସାୟ କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରଖିଥିବା ବାଙ୍ଗା ୨୦୧୬ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ତାଙ୍କ ପରିବାର ପଞ୍ଜାବର ଜଳନ୍ଧର ବାସିନ୍ଦା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories