www.samajalive.in
Monday, December 15, 2025
16.1 C
Bhubaneswar

ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ନ କଲେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ଲାଗି ସମୟସୀମା ଡିସେମ୍ବର ୨୦୨୩କୁ ବୃଦ୍ଧି ନିମନ୍ତେ ଓଡ଼ିଶା ସରକାରଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୪ ନଭେମ୍ବର ୨୦୧୯ ଆଦେଶମତେ ଓଡ଼ିଶା ସରକାର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ନକଲେ ଅଦାଲତ ଅବମାନନା ମାମଲା ଆରମ୍ଭ ହେବ ବୋଲି ବୁଧବାର ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି ବେଳେ ବିଚାରପତି ଏମ ଆର ଶାହ ଏବଂ ବିଚାରପତି ସି ଟି ରବିକୁମାରଙ୍କ ଖଣ୍ଡପୀଠ ଚେତାଇ ଦେଇଛନ୍ତି। ଖଣ୍ଡପୀଠଙ୍କୁ କୋର୍ଟମିତ୍ର ରଣଜିତ କୁମାର ଜଣାଇଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ନାମରେ ୬୪ ହଜାର ଏକର ଜମି ରେକର୍ଡ କରିବାକୁ ଓଡ଼ିଶା ସରକାର ଭରସା ଦେଇଥିଲେ। ମାତ୍ର ଅଦ୍ୟାବଧି ଜମିଜମା ରେକର୍ଡରେ କୌଣସି ଅଗ୍ରଗତି ଘଟିନାହିଁ। ବାସ୍ତବିକ ସ୍ଥିତି ବିଷୟରେ ଜାଣିବା ନିମନ୍ତେ ଓଡ଼ିଶା ସରକାର ସତ୍ୟପାଠ ଦେବାକୁ ନ୍ୟାୟାଳୟଙ୍କ ନିର୍ଦେଶ ପାଇଁ ନିବେଦନ କରିଥିଲେ। ସେହିପରି ଜଗନ୍ନାଥଙ୍କ ସେବାୟତଙ୍କ ପିଲାମାନଙ୍କ ପାଇଁ ନ୍ୟାୟାଳୟଙ୍କ ଆଦେଶମତେ ମିଳିଥିବା ୫ କୋଟି ରାଶି କିପରି ଖର୍ଚ୍ଚ ହୋଇଛି ସେ ବିଷୟରେ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ନ୍ୟାୟାଳୟଙ୍କ ୪ ନଭେମ୍ବର ୨୦୧୯ ଆଦେଶନାମା ଅନୁଯାୟୀ କେଉଁ ବିଷୟଗୁଡ଼ିକ କାର୍ଯ୍ୟକାରୀ ହୋଇଛି ଏବଂ କେଉଁ ବିଷୟଗୁଡ଼କ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ ସେନେଇ ଓଡ଼ିଶା ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ସତ୍ୟାପାଠ ଜରିଆରେ ସବିଶେଷ ତଥ୍ୟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧କୁ ଧାର୍ଯ୍ୟ ହୋଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କୌଣସି ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ବ ନ ଦେଇ ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ସ୍ଥାୟୀ ପ୍ରଶାସକ ନିଯୁକ୍ତି କରିବାକୁ ୨୦୧୯ ନଭେମ୍ବର ୪ ତାରିଖରେ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories