www.samajalive.in
Monday, December 15, 2025
27.1 C
Bhubaneswar

ଇକୋକ୍ଲବ ପକ୍ଷରୁ ଜିଲାସ୍ତରୀୟ ପରିବେଶ ପ୍ରଦର୍ଶନୀ

ବୌଦ୍ଧ: ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମଥର ପାଇଁ ଇକୋକ୍ଲବ ପକ୍ଷରୁ ଜିଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବୌଦ୍ଧ ପଞ୍ଚାୟତ ମହବାିଦ୍ୟାଳୟ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ପରିବେଶ ଶିକ୍ଷା କେନ୍ଦ୍ର ସହଯୋଗରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଜିଲାର ୩ ଗୋଟି ବ୍ଲକ ଏବଂ ଏନଏସିର ୫୦ ଗୋଟି ବିଦ୍ୟାଳୟ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସମୁଦାୟ ୫୨ ଗୋଟି ପରିବେଶ ପ୍ରକଳ୍ପ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା।

ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ ଉଦଘାଟନ କରି ଏହି ନିଆରା ପ୍ରଦର୍ଶନୀ ପ୍ରଶଂସା କରିଥିଲେ। ଇକୋ କ୍ଲବର ନୋଡାଲ ଅଫିସର ଅଧ୍ୟାପକ ପ୍ରବୀର କୁମାର ଦାସ ପ୍ରଦର୍ଶନୀର ଆଭିମୁଖ୍ୟ ଉପସ୍ଥାପନ କରିବାସହ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟବକ୍ତା ଭାବରେ ସହକାରୀ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ ଯୋଗଦେଇ ପରିବେଶ ସହିତ ସ୍ୱାସ୍ଥ୍ୟର ସଂପର୍କ ବିଷୟରେ ଆଲୋକପାତ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଏହି ସ୍ୱତନ୍ତ୍ର ପରିବେଶ ପ୍ରଦର୍ଶନୀକୁ ପ୍ରଶଂସା କରିବା ସହ ବ୍ଲକସ୍ତରରେ ଆୟୋଜନ କରାଯିବାକୁ ଆହ୍ୱାନ କରିଥିଲେ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ପ୍ରଦର୍ଶନୀର ବିବରଣୀ ଉପସ୍ଥାପନ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories