www.samajalive.in
Monday, December 15, 2025
16.1 C
Bhubaneswar

ନିଷ୍ଠୁରତା ଆଇନ୍ ଓ ତାର କାର୍ଯ୍ୟକାରିତା ବିଷୟର ଏକ ସଚେତନତା ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜୀବେ ନିଷ୍ଠୁରତା ଆଇନ୍ ଓ ତାର କାର୍ଯ୍ୟକାରିତା ବିଷୟର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ତଥା, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ହାଡିବନ୍ଧୁ ଭୋଇ, ବିଡ଼ିଓ ସୁନିଲ ଖରା, ତହସିଲଦାର ସୁଧାକର ରଇତ, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ବିପ୍ର ଚରଣ ବେହେରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ତଥା ସମସ୍ତ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ, କର୍ମୀ ଓ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଜୀବେ ନିଷ୍ଠୁରତା ନିରୋଧ ଆଇନ ୧୯୬୦, ଜୀବ ପରିବହନ ଆଇନ ୧୯୭୮ ଓ ସଂଶୋଧିତ ଆଇନ୍ ୨୦୦୧, ପଞ୍ଜିକୃତ କଂସେଇଖାନା ଆଇନ୍ ୨୦୦୧, ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଆଇନ (କୁକୁର) ୨୦୦୧ ଏବଂ ପୋଷା ଜୀବ ପ୍ରଜନନ ଓ ଦୋକାନ ପଞ୍ଜିକରଣ ଆଇନ୍ ସମ୍ବନ୍ଧରେ ଡାକ୍ତର ଵିପ୍ର ଚରଣ ବେହେରା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାର, ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଜିଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ହାଡିବନ୍ଧୁ ଭୋଇ, ରାସ୍ତା ପାର୍ଶ୍ବରେ ଛେଳି ଓ ମେଣ୍ଢା ମାଂସକଟା ଲୋକ ଲୋଚନର ଅଗୋଚରରେ କରିବା ପାଇଁ ସଚେତନତା ସୃଷ୍ଠି ପାଇଁ ପରାମର୍ଶ ଦେଇଥିଲେ। ଗାଡ଼ିରେ ମାତ୍ରାଧିକ ସଂଖ୍ୟକ ଗୋରୁ, ଗାଈ, ଛେଳି ଓ ମେଣ୍ଢା ପରିବହନ ସମୟରେ ଦୃଷ୍ଟି ଗୋଚର ହେଲେ, ନିକଟସ୍ଥ ଥାନାରେ ଖବର ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ସେହିପରି ଗୋରୁ ହାଟ ଗୁଡ଼ିକରେ ଗାଈ ଗୋରୁଙ୍କର ସୁବିଧା ଦେଖିବା ପାଇଁ ତହସିଲଦାର , ବିଡ଼ିଓ ଓ ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଜଣାଇଥିଲେ ଯେ କଲ୍ୟାସିଂହପୁର ବ୍ଲକରେ ୧୫୦ ସଂଖ୍ୟକ ଗାଈ ଗୋରୁଙ୍କୁ ଆଶ୍ରୟ ଦେବା ପାଇଁ ବିଭାଗୀୟ ସହାୟତାରେ ଏକ ଗୋଶାଳା ଦେବଗିରି ଆଶ୍ରମ ତରଫରୁ ନିର୍ମାଣ ଚାଲିଛି। ଏହି ଆଲୋଚନା ଚକ୍ର କୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ ଚିନ୍ମୟ ସାହୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ବିଚିତ୍ରାନନ୍ଦ ସାହୁ, ଓ ସିକର୍ପାଇ ପ୍ରାଣୀ ଚିକିତ୍ସା ଅଧିକାରୀ ସୌମ୍ୟ ପ୍ରକାଶ ନାୟକ ତଥା ଅନ୍ୟ ବିଭାଗୀୟ କର୍ମୀ ମାନେ ଆୟୋଜନ ରେ ସାହାଯ୍ୟ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories