www.samajalive.in
Monday, December 15, 2025
14.1 C
Bhubaneswar

ଭାଲୁ ଆକ୍ରମଣରେ ୪ ଗୁରୁତର, ଘଟଣା ସ୍ଥଳରେ ଉତ୍ତେଜନା 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଖିଲାରିପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପଇଦା (୨୫)ଓ ଅନ୍ୟ ଦୁଇ ଜଣ କୋଠାଘର ଗ୍ରାମର ବୀରବର ମହାନ୍ତ(୫୫) ମଙ୍ଗୁଳୁ ବେହେରା(୩୦) ବୋଲି ଜଣାପଡିଛି । ପ୍ରଥମେ ଭାଲୁଟି ରାମଚନ୍ଦ୍ର ପଇଦାଙ୍କୁ ଆକ୍ରମଣ କରିଥିଲା । ସେହି ରାସ୍ତା ଦେଇ ବୀରବର ଓ ମଙ୍ଗୁଳୁ ବାରତୁଣିଆ ଗ୍ରାମରୁ ବଳଦ କିଣି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଭାଲୁଟି ଆକ୍ରମଣ କରିଥିଲା। ବୀରବର ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁଟିର ଗତିବିଧି ଲକ୍ଷ୍ୟ କରୁଥିବା ବେଳେ ଅପରାହ୍ନରେ ପୁରୁଣାପାଣି ଜଙ୍ଗଲକୁ ଚାଲିଯାଇଥିବା ଏହି ଭାଲୁଟି ଶରତ ଚନ୍ଦ୍ର ମହାନ୍ତ(୩୦) ନାମକ ଜଣେ ବ୍ୟକ୍ତି ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କୁ ବନ ବିଭାଗ କର୍ମଚାରୀ ମାନେ ପାଟଣା ଡାକ୍ତରଖାନାକୁ ପଠାଇଛନ୍ତି। ଭାଲୁ ଆକ୍ରମଣ କୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories