www.samajalive.in
Sunday, December 14, 2025
19.1 C
Bhubaneswar

ଗାଁ ମଶାଣୀ ବାରଣ ; ଶବ ସତ୍କାର କଲେ ଭରସା ପରିବାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ଗ୍ରାମ ପଞ୍ଚାୟତ ମାଧପୁର ଗ୍ରାମର ଶୁକ ମୁଣ୍ଡା ଯକ୍ଷ୍ମା ରୋଗରେ ପୀଡିତ ହୋଇ ଦୁଇ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ । କୌଣସି କାରଣବଶତଃ ଗ୍ରାମବାସୀମାନେ ଗାଁ ମଶାଣୀରେ ଶବସତ୍କାର ପାଇଁ ବାରଣ କରିଥିଲେ । ଭରସା ପରିବାରର ଆଞ୍ଚଳିକ ସକ୍ରିୟ ସଦସ୍ୟ ଲିପୁନ ମହାନ୍ତ ଓ ଗିରିଜାଶଙ୍କର ମହାନ୍ତ ଏ ସମ୍ପର୍କରେ ସଭାପତି ଲମ୍ବୋଦର ମହାନ୍ତଙ୍କୁ ଜଣାଇଥିଲେ। ସଭାପତିଙ୍କ ପାଖରୁ ସୂଚନା ପାଇ ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ପାଟଣା ବ୍ଲକ ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ, ଉପଦେଷ୍ଟା ପ୍ରେମଚାନ୍ଦ ପୃଷ୍ଟି, ଲିପୁନ ମହାନ୍ତ, ଦଶରଥ ବାରିକ, ବିଜୟ କୁମାର ମହାନ୍ତ ମୃତକଙ୍କ ଘରକୁ ଯାଇ ଶବସତ୍କାର କାର୍ଯ୍ୟ ସହଯୋଗ କରିଥିଲେ । ମୃତକଙ୍କ ଦୁଃଖୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶୁଦ୍ଧିକ୍ରିୟା ପାଇଁ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories