ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଖିଲାରିପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପଇଦା (୨୫)ଓ ଅନ୍ୟ ଦୁଇ ଜଣ କୋଠାଘର ଗ୍ରାମର ବୀରବର ମହାନ୍ତ(୫୫) ମଙ୍ଗୁଳୁ ବେହେରା(୩୦) ବୋଲି ଜଣାପଡିଛି । ପ୍ରଥମେ ଭାଲୁଟି ରାମଚନ୍ଦ୍ର ପଇଦାଙ୍କୁ ଆକ୍ରମଣ କରିଥିଲା । ସେହି ରାସ୍ତା ଦେଇ ବୀରବର ଓ ମଙ୍ଗୁଳୁ ବାରତୁଣିଆ ଗ୍ରାମରୁ ବଳଦ କିଣି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଭାଲୁଟି ଆକ୍ରମଣ କରିଥିଲା। ବୀରବର ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁଟିର ଗତିବିଧି ଲକ୍ଷ୍ୟ କରୁଥିବା ବେଳେ ଅପରାହ୍ନରେ ପୁରୁଣାପାଣି ଜଙ୍ଗଲକୁ ଚାଲିଯାଇଥିବା ଏହି ଭାଲୁଟି ଶରତ ଚନ୍ଦ୍ର ମହାନ୍ତ(୩୦) ନାମକ ଜଣେ ବ୍ୟକ୍ତି ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କୁ ବନ ବିଭାଗ କର୍ମଚାରୀ ମାନେ ପାଟଣା ଡାକ୍ତରଖାନାକୁ ପଠାଇଛନ୍ତି। ଭାଲୁ ଆକ୍ରମଣ କୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି।
Popular Categories



