ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇ ବଧାନ୍ୟତା ଦେଖାଇଲେ ବିଏସଏଫ
ଜୟ ଯବାନ, ଜୟ କିସାନ,.ଏହିଉକ୍ତିର ଯତାର୍ଥତା ଦେଖାଇଛନ୍ତି ବିଏସଏଫ ଯବାନ । କେବଳକୁମ୍ବିଂ ଅପରେସନ ଓ ମାଓ ଦମନ ନୁହେଁ ମାନବ ସେବା କରୁଛନ୍ତି । ପୁଣି ମାଲକାନଗିରି ଜିଲ୍ଲା ବିଚ୍ଚିନ୍ନାଂଚଳରେ ନିୟଜିତ ବିଏସଏଫ ଯବାନ ନିଜର ବଧାନ୍ୟତା ଦେଖାଇଛନ୍ତି । କୁମ୍ବିଂ ଅପରେସନକୁ ଯାଇଥିବାବେଳେ ପଡପଡା ଗ୍ରାମ ପଂଚାୟତ ଯନ୍ତାପ୍ଧବ ଗାଁର ଡମ୍ବୁରୁ କଚେଇ ନାମକ ଜଣେ ଆଦିବାସୀ ମହିଳା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ନିମନ୍ତେ କୈଣସି ସାଧନ ନଥିଲା । ଯବାନ ମାନେ ପ୍ରଥମେ ଯାନବାଇ ଚିକିତ୍ସାଳୟରେ ଆଣିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଯବାନ ମାନେ ତାଙ୍କୁସେଠାରୁ ଯାନବାଇଘାଟ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଡଙ୍ଗାରେ ପାର କରାଇ ବିଏସଏଫର ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ପହଞ୍ଚାଇ ଥିଲେ । ଚିତ୍ରକୋଣ୍ଡା ପହଞ୍ଚିବା ପରେତାଙ୍କୁ ଅସ୍ତ୍ର ପଚାର କରାଯାଇଥିଲା ଏବଂ ସେଠାରେ ସେ ଏକ ଶିଶୁ ପୁତ୍ରଜନ୍ମ ଦେଇଥିଲେ । ତେବେ ମାଁ ଶିଶୁ ସୁସ୍ଥ ଥିବା ଯଣାପଡିଛି ।