nua o banner

ଆମ ପୁଲିସ୍‍ ସମିତିର ବୈଠକ

BJD Bijuli 480×75 Mob
0

ବଡ଼ସାହି : ବୁଧବାର ସ୍ଥାନୀୟ ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ବଣିକ ସଂଘ, ସାମ୍ବାଦିକ ଓ ସମାଜସେବୀଙ୍କୁ ନେଇ ଅଞ୍ଚଳର ସମସ୍ୟା ଏବଂ ତା’ର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା। ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା ପାଇଁ ଆଲୋଚନା ହୋଇଥିଲା। ଚୋରା ମଦ ବ୍ୟବସାୟ ଓ ଜୁଆ ଖେଳକୁ ବନ୍ଦ କରାଯାଇଥିବା ବେଳେ ଦୁର୍ଘଟଣା ଜନିତ ମାମଲାରେ ପୁଲିସକୁ ସହାୟତା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା।

ସମିତି ପକ୍ଷରୁ ଦ୍ରୁତ ଗତିରେ ବାଇକ ଚଳାଉଥିବା ନାବାଳକ ଓ ମଦ୍ୟପ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଗାଁ ଗଣ୍ଡାରେ ଚାଲିଥିବା ଅନ୍ଧବିଶ୍ୱାସକୁ ଦୂର ପାଇଁ ଆଗାମୀ ଦିନରେ ବଡ଼ସାହି ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ସେହିପରି ଅତି ଗରିବ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ପ୍ରତି ପଞ୍ଚାୟତରେ ମାଗଣା ଟିଉସନର ବ୍ୟବସ୍ଥା କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଖଣ୍ଡେଇ ପ୍ରକାଶ କରିଥିଲେ। ଏହାସହ ହାତକୁ ନିଆଯାଉଥିବା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply