ଗୋପାଳପୁର: ଶୀତାଳପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ ବିଜୟ କୁମାର ରେଡ଼ିଙ୍କ ପକ୍ଷରୁ ଚକଖଡିରେ ଅତି ସୁକ୍ଷ୍ମ ତଥା ସୁନ୍ଦର କାରୁକାର୍ଯ୍ୟରେ ‘ସେଭ୍ ଟ୍ରି’ର ଏକ ପ୍ରତିକୃତି ନିର୍ମାଣ କରି ବ୍ରହ୍ମପୁର ବନପାଳ କାର୍ଯ୍ୟାଳୟରେ ଡ଼ିଏଫଓ ସନି ଖୋଖରଙ୍କୁ ଭେଟି ଉପହାର ସୂରପ ପ୍ରଦାନ କରିଥିଲେ। ବିଜୟଙ୍କ ପକ୍ଷରୁ ୨ ସେମି ଉଚ୍ଚ ବିଶିଷ୍ଟ ୩ଟି ଚକରେ ଏହି ପ୍ରତିକୃତି ଗୁଡିକୁ ମାତ୍ର ୧ ଘଣ୍ଟା ସମୟ ମଧ୍ୟରେ ନିର୍ମାଣ କରିବା ସହ ତାଙ୍କୁ ରଙ୍ଗ ମଧ୍ୟ ଦେଇଥିଲେ। ଏହା ପୂର୍ବରୁ ବିଜୟ ଏହି ପରି ଭାବେ ଚକଖଡି ସୁକ୍ଷ୍ମ କାରିଗରୀ ମାନ ନିର୍ମାଣ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ନିଜ ନାମକୁ ଇଣ୍ଡିଆ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନିତ କରିପାରିଛନ୍ତି।
Popular Categories



