www.samajalive.in
Sunday, December 14, 2025
17.1 C
Bhubaneswar

ବନବାସୀ ଚେତନା ମଣ୍ଡଳ ପକ୍ଷରୁ ବିଶ୍ୱ ଜଳ ଦିବସ

କେନ୍ଦୁଝରଗଡ଼ : ବନବାସୀ ଚେତନା ମଣ୍ଡଳ ପକ୍ଷରୁ ବାଂଶପାଳ ବ୍ଲକ ଗୋନାସିକା ଠାରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଲକ୍ଷ୍ମୀଧର ଜୁଆଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୈତରଣୀ ନଦୀ ସଂଘର୍ଷ କେନ୍ଦୁଝରର ସଂଯୋଜକ ବୀରବର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈତରଣୀ ନଦୀ ଜଳର ସଂରକ୍ଷଣ, ପରିଚାଳନା ଓ ବ୍ୟବହାର କିଭଳି କରାଗଲେ ଆଗାମୀ ଦିନରେ ଚୀରସ୍ରୋତା ବୈତରଣୀ ନଦିର ଜଳ ଉତ୍ସ ବଜାୟ ରହିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବୈତରଣୀ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ବନ୍ଧାଯାଇ ଜଳ ଉତ୍ସକୁ ସଂରକ୍ଷିତ କରାଯାଇ ପାରିଲେ ନଦୀର ଜଳ ଉତ୍ସ ରହିବା ସହ ଉଭୟ ପାର୍ଶ୍ବରେ ଥିବା ଚିରସବୁଜ ବନାନୀର ମଧ୍ୟ ସଂରକ୍ଷଣ ହୋଇପାରନ୍ତା ବୋଲି ଶ୍ରୀ ନାଏକ କହିଥିଲେ। ପାନୀୟଜଳ, କୃଷି କାର୍ଯ୍ୟ ଓ ଆନୁସଙ୍ଗିକ ବ୍ୟବହାର ପାଇଁ ନଦୀ, ଝରଣା ଓ ବନ୍ଧର ପାଣିକୁ ବ୍ୟବହାର କରାଯାଇ ପାରିଲେ ଆଗକୁ ଦେଖାଦେବାକୁ ଥିବା ଜଳସଙ୍କଟରୁ ରକ୍ଷା ମିଳି ପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା । ପୃଥିବୀର ତୃତୀୟାଂଶ ଜଳ ରହିଥିଲେ ହେଁ ଆଗକୁ କିଭଳି ଜଳସଙ୍କଟ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି ସେ ସମ୍ପର୍କରେ ବୈଜ୍ଞାନିକଙ୍କ ଗବେଷଣା ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ହୋଇଥିବାରୁ ବେଳ ଥାଉଁ ଥାଉଁ ନଦୀ ଜଳର ସଂରକ୍ଷଣ ଓ ସଠିକ୍‌‌ ପରିଚାଳନା କରାଯିବା ନିହାତି ଆବଶ୍ୟକ ହୋଇପଡିଛି ବୋଲି ବକ୍ତାଗଣ କହିଥିଲେ। ଏଥିସହ ନଦୀକୁ କିଭଳି ଶୋଷଣ ଓ ପ୍ରଦୁଷଣରୁ ମକ୍ତ କରାଯାଇ ପାରିବ ସେ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ହୋଇପଡିଛି ବୋଲି କହିଥିଲେ। ନଦୀ ଜଳକୁ ସଂରକ୍ଷଣ କରିବାକୁ ହେଲେ ନଦୀ ଉଭୟ ପାର୍ଶ୍ବ ସମେତ ବ୍ୟାପକ ଚାରାରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories