ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତର ବିଶ୍ୱନାଥପୁର ଗ୍ରାମର ଜଣେ ୧୫ବର୍ଷର ନାବାଳିକା ଉତ୍କଟ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗୁରୁବାର ବିଶ୍ୱନାଥପୁର ଗ୍ରାମର ଗିରିଧାରୀ ବେହେରାଙ୍କର ନାବାଳିକା ଝିଅ ଗୀତାଞ୍ଜଳି ବେହେରାଙ୍କୁ ତାଙ୍କ ମାଆ କୌଣସି କାରଣରୁ ଗାଳି ଦେବାରୁ ତାହା ସହ୍ୟ ନକରିପାରି ସେ ଘରେଥିବା କୀଟନାଶକ ପିଇ ଦେଇଥିଲେ। ଏହା ଜଣାପଡିବା ପରେ ପରିବାର ଲୋକ ତାଙ୍କୁ ତୁରନ୍ତ ଆଠଗଡ ଡାକ୍ତରଖାନା ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଏ ସଂପର୍କରେ ପରିବାର ଲୋକ ଥାନାରେ କୌଣସି ସୂଚନା ଦେଇନଥିବା ଜଣାପଡିଛି।
Popular Categories



