www.samajalive.in
Sunday, December 14, 2025
16.1 C
Bhubaneswar

ଅବକାରୀ ମାମଲା, ଏପ୍ରିଲ ୫ ଯାଏଁ ସିସୋଦିଆଙ୍କୁ ଜେଲ ପଠାଇଲେ କୋର୍ଟ

ଡେସ୍କ: ଅବକାରୀ ନୀତି ସମେତ ଅନ୍ୟ କେତେକ ମାମଲାରେ ଜଡିତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେ ଜେଲରେ ଥିବା ବେଳେ ଆଜି ରୋଜ ଆଭିନିଉ କୋର୍ଟ ଏକ ଅର୍ଥ ଠକେଇ ମାମଲାରେ ତାଙ୍କୁ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇଛନ୍ତି। ପୂର୍ବରୁ ଦିଆଯାଇଥିବା ହାଜତ ମିଆଦ ଆଜି ଶେଷ ହେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ କୋର୍ଟରେ ହାଜର କରାଇଥିଲା। ଇଡି ଆଜି ନିଜ ହେପାଜତକୁ ନେବା ପାଇଁ ଆବେଦନ କରିନଥିଲା ତେଣୁ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

ଆଜି ଜବାବ ସୁଆଲ ସମୟରେ ଶ୍ରୀ ସିସୋଦିଆ ଜେଲରେ ନିଜ ପାଖରେ ଧର୍ମଗ୍ରନ୍ଥ ରଖିବାକୁ ଚାହିଁଥିଲେ ଓ କୋର୍ଟ ତାଙ୍କୁ ଏ ନେଇ ଆବେଦନ କରିବାକୁ କହିଥିଲେ। ପ୍ରଥମେ ଦିଲ୍ଲୀ ମଦ ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଚଳିତ ବର୍ଷ ଫେବୃଆରୀ ୨୬ରେ ଗିରଫ କରିବା ପରେ ତିହାର ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମାର୍ଚ୍ଚ ୯ରେ ଗିରଫ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories