www.samajalive.in
Monday, December 8, 2025
16.1 C
Bhubaneswar

‘ଆସନ୍ତୁ ପରିବେଶ କଥା ଭାବିବା ଓ ଏହାର ସୁରକ୍ଷା ପାଇଁ ସହାୟତା କରିବା’

ଭୁବନେଶ୍ୱର : ଚଳିତ ବର୍ଷ ବିଶ୍ୱ ଜଳ ଦିବସରେ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଜାତିସଂଘ ଆହ୍ୱାନ କରିଛନ୍ତି। ଏହି ବିଷୟକୁ ନେଇ ସମ୍ବାଦ ଡ଼ିଜିଟାଲ ତରଫରୁ ବି-ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଭିନବ ପ୍ରତିଯୋଗିତା ଆରମ୍ଭ କରାଯାଇଛି। ବିଶ୍ୱ ଜଳ ଦିବସ ଅବସରରେ ଉକ୍ତ କାର୍ଯ୍ୟକ୍ରମର ଲୋଗୋ ‘ଲେଟ୍ସ ଆକ୍ସିଲରେଟ ଦି ଚେଞ୍ଜ’ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ସ୍ଥିତ ବିର୍ଲା ଗ୍ଳୋବାଲ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତେ ନିଜ କଥା ଭାବୁଛନ୍ତି ତେଣୁ ଅନ୍ୟମାନଙ୍କ କଥା ଭାବିବାକୁ ଆମେ ସମୟ ଦେବା ଏବଂ ଆସନ୍ତୁ ପରିବେଶ କଥା ଭାବିବା ଓ ଏହାର ସୁରକ୍ଷା ପାଇଁ ସହାୟତା କରିବା ବୋଲି ଆହ୍ୱାନ ଦେଇଥିଲେ। ବିର୍ଲା ଗ୍ଳୋବାଲ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ବି. କେ. ଦାଶ କ’ଣ ପାଇଁ ଜଳଦିବସ ପାଳନ କରାଯାଏ ତାହାର ଆଲୋକପାତ କରିଥିଲେ। ଏହି ଅବସରରେ ସମ୍ବାଦ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାଶ ସମ୍ବାଦ ଡ଼ିଜିଟାଲ ତରଫରୁ ବି-ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା ୩ଟି ପ୍ରତିଯୋଗିତା ଯଥା ପାୱାର ପଏଣ୍ଟ, ପୋଷ୍ଟର ଓ ଭିଡ଼ିଓ ବିଷୟରେ ସୂଚନା ଦେଇଥିଲେ।

- Advertisement -

କାର୍ଯ୍ୟକ୍ରମ ଦ୍ୱିତୀୟ ଭାଗରେ ‘ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନ’ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡ଼ଃ ଶର୍ମିଲା ସୁବ୍ରମଣ୍ୟମ୍, ଆଇଏମଏମଟିର ଅଧ୍ୟକ୍ଷ ସୋନୀ ପାଣ୍ଡେ, ଓଡ଼ିଶା ଜଳ ବିରାଦରୀର ଆବାହକ ମାନସ ମିଶ୍ର, ଏକର ରାଇଜ୍ ସହ ପ୍ରତିଷ୍ଠାତା ସେକ୍ ମାଇରାଜୁଲ ହକ୍ ଏବଂ ମଙ୍ଗଳମ୍ ଟ୍ୟାଙ୍କ ପାଇପ୍ ଓ ସାନିଟାରୀ ପରିଚାଳନା ନିର୍ଦ୍ଦେଶକ ରାଜେଶ ଗର୍ଗ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଆଲୋଚନାର ନିଷ୍କର୍ଷ ରହିଥିଲା ଯେ ଗୋଟିଏ ନିରନ୍ତର ଜଳ ସୁପରିଚାଳନା ବ୍ୟବସ୍ଥା ବନାଇବାକୁ ହେଲେ, ଏକ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି।

ସାମାଜିକ, ଆର୍ଥିକ ଓ ପରିବେଶର ଆବଶ୍ୟକତାକୁ ବୁଝି ଏହି ପ୍ରକ୍ରିୟାରେ ସାମିଲଥିବା ପ୍ରତ୍ୟେକ ଅଂଶୀଦାର ସାଧାରଣ ଲୋକ, ଗୋଷ୍ଠୀ ସମୁହ, ସରକାର ଓ ଉଦ୍ୟୋଗ ଜଗତକୁ ଉତ୍ତର ଦାୟିତ୍ୱ ନେବାକୁ ପଡ଼ିବ। ପରିବର୍ତ୍ତନକୁ କ୍ରିୟାଶୀଳ କରିବା ପାଇଁ ଏକ ଚିନ୍ତାଧାରାର ପରିବର୍ତ୍ତନର ଆବଶ୍ୟକତା ରହିଛି, ଆମକୁ ଜଳର ଧର୍ମକୁ ବୁଝିବାକୁ ହେବ, ଜଳର ମୂଲ୍ୟ ବୁଝିବାକୁ ହେବ ଏବଂ ଏହି ଅ୍ଧଜ୍ଞ ୨ଟି ବିନ୍ଦୁ ଆଧାରରେ ଜଳ ପରିଚାଳନା କିପରି କରାଯିବ ସେ ନେଇ ଚିନ୍ତା କରିବାକୁ ପଡ଼ିବ।

ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍ ଡ଼ିଜିଟାଲ ମୁଖ୍ୟ ରୁଦ୍ର ନାରାୟଣ ଦାସ। ବିଜିୟୁ ସହକାରୀ ପ୍ରଫେସର ସିଦ୍ଧାର୍ଥ ମିଶ୍ର ଓ ସମ୍ବାଦ ଡ଼ିଜିଟାଲ ଓ ରେଡ଼ିଓ ଚକୋଲେଟ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସ୍ଥିତ ମନୋହରଲାଲ୍ ପାଲା ଜୁଏଲର୍ସର ନିର୍ଦ୍ଦେଶକ ରାକେଶ ପାଲା ଉପସ୍ଥିତ ଥିଲେ। ବିର୍ଲା ଗ୍ଳୋବାଲ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବିଭାଗ ଡ଼ଃ ଶୁଭେନ୍ଦୁ ପ୍ରତିହାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜିତ ହୋଇଥିବା ବେଳେ ଚିନ୍ମୟୀ ହରିଚନ୍ଦନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories