www.samajalive.in
Wednesday, December 10, 2025
23.1 C
Bhubaneswar

ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ତାଲିକା ପ୍ରକାଶିତ, ଜାଣନ୍ତୁ ଶୀର୍ଷରେ କିଏ ?

ମୁମ୍ବାଇ: ଭାରତରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବିଷୟରେ ଆପଣ ଜାଣନ୍ତି କି ? ଯଦି ନାଁ, ତେବେ ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଇବୁ। ଏହି ତାଲିକା ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଏହି ତାଲିକାରେ ଦୁଇଟି ବଲିଉଡ ଚଳଚ୍ଚିତ୍ର ଥିବାବେଳେ ତିନିଟି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସ୍ଥାନ ପାଇଛି। ବଲିଉଡ଼ରୁ ଅମିର ଖାନଙ୍କ ‘ଦଙ୍ଗଲ’ ଓ ଶାହରୁଖ ଖାନଙ୍କ ‘ପଠାନ୍‌’ ଚଳଚ୍ଚିତ୍ର ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟ ଫିଲ୍ମ ବିଷୟରେ କହବାକୁ ଗଲେ, ‘ବାହୁବଲୀ ୨’, ‘ଆରଆରଆର’ ଓ ‘କେଜିଏଫ ଚ୍ୟାପ୍ଟର ୨’ ଏହି ତାଲିକାରେ ସ୍ଥାନ ପାଇଛି। କେବଳ ଏତିକି ନୁହେଁ, ଚଳଚ୍ଚିତ୍ରଗୁଡ଼ିକର ଆୟ ମଧ୍ୟ ଖୁବ୍‌ ଆଶ୍ଚର୍ଯ୍ୟଜନକ।


ଟି୨ବିଲାଇଭ ଡଟ୍‌ କମ୍‌ ଅନୁସାରେ, ‘ଦଙ୍ଗଲ’ ଚଳଚ୍ଚିତ୍ର ବକ୍ସ ଅଫିସରେ ୧୯୫୮ କୋଟି ଟଙ୍କା ଆୟ କରିଥିବା ବେଳେ ‘ବାହୁବଲୀ ୨’ ୧୮୧୦ କୋଟି ଟଙ୍କା ଆୟ କରିଛି। ସେହିପରି ‘ଆରଆରଆର’ ଚଳଚ୍ଚିତ୍ରର ଆୟ ୧୨୩୬.୫୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ‘କେଜିଏଫ ଚ୍ୟାପ୍ଟର ୨’ର ଆୟ ରହିଛି ୧୨୩୩ କୋଟି ଟଙ୍କା। ଅପରପକ୍ଷେ, ‘ପଠାନ୍‌’ ବକ୍ସ ଅଫିସରେ ୧୦୪୮ କୋଟି ଟଙ୍କା ଆୟ କରିଛି।

- Advertisement -


କେବଳ ଏତି ନୁହେଁ, ଟି୨ବିଲାଇଭ ଡଟ୍‌ କମ୍‌ ମୁତାବକ, ଆୟ ଭିତ୍ତିରେ ‘ଆରଆରଆର’ ଚଳଚ୍ଚିତ୍ର ‘କେଜିଏଫ ଚ୍ୟାପ୍ଟର ୨’କୁ ପଛରେ ପକାଇ ଦେଇଛି। ‘ଆରଆରଆର’ ଚଳଚ୍ଚିତ୍ରର ବିଶ୍ବବ୍ୟାପୀ ୧୧୫୨.୪୦ କୋଟି ଟଙ୍କା ଆୟ କରିଥିଲା। ଜାପାନରେ ବର୍ତ୍ତମାନ ସୁଦ୍ଧା ୮୧.୬୦ କୋଟି ଟଙ୍କା ଓ ରି-ରିଲିଜ୍‌ରୁ ୨.୫୦ କୋଟି ଟଙ୍କା ଆୟ କରିଛି। ଏହିଭଳି ଭାବେ ଫିଲ୍ମ ୧୨୩୬.୫୦ କୋଟି ଟଙ୍କା ଆୟ କରିଛି। ଅପରପକ୍ଷେ, ‘କେଜିଏଫ ଚ୍ୟାପ୍ଟର ୨’ର ମୋଟ୍‌ ଆୟ ୧୨୩୩ କୋଟି ଟଙ୍କା ରହିଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories