www.samajalive.in
Wednesday, December 10, 2025
16.1 C
Bhubaneswar

ଅସୁରକ୍ଷିତ ଗଜରାଜ, ପୁଣି ଏକ ଦନ୍ତାର ମୃତ୍ୟୁ 

କେନ୍ଦୁଝରଗଡ଼: ଖଣି ଓ ଶିଳ୍ପ ଆଳରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ଯୋଗୁଁ କେନ୍ଦୁଝର ଜିଲାରେ ଗଜରାଜ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛନ୍ତି। କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ବିଟ୍‌‌ ଅଧିନ ବସନ୍ତପୁର ପଞ୍ଚାୟତ ଜଡିପଦା ସାହିରେ ୧୧କେଭି ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ରବିବାର ଭୋର ୫ଟାରେ ଆଉ ଏକ ଦନ୍ତାହାତୀର ପ୍ରାଣହାନୀ ଘଟିବା ଉଭୟ ବନ ଓ ବିଦ୍ୟୁତ୍‌‌ ବିଭାଗର ଦାୟିତ୍ୱହୀନତାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଜିଲାରେ ହାତୀପଲ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ ସତ୍ତ୍ବେ ହାତୀ ମୃତ୍ୟୁ ଥମିବାର ନାଁ ଧରୁନାହିଁ। ପ୍ରାୟ ୧୨ବର୍ଷ ବୟସର ଦନ୍ତାହାତୀଟି ଜଡିପଦା ସାହି ଦେଇ ରବିବାର ଭୋର ସମୟରେ ନିକଟସ୍ଥ ଜଙ୍ଗଲ ଅଭିମୁଖେ ଯିବା ସମୟରେ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଜାବୁଡି ଧରିଥିବା ଷ୍ଟେ ତାର ସଂସ୍ପର୍ଶରେ ଅସିଥିଲା। ଉକ୍ତ ଷ୍ଟେ ତାରରେ ବିଦ୍ୟୁତ ସରବରାହ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଡିଏଫଓ ଧନରାଜ ଏଚ.ଡି କହିଛନ୍ତି। ତେବେ ହାତୀ ମୃତ୍ୟୁ କାରଣର ତଦନ୍ତ ପାଇଁ ରେଞ୍ଜ ଅଧିକାରୀ ଭାଗ୍ୟଲକ୍ଷ୍ମୀ ବାରିକ ଓ ପୁଲିସ ଇନ୍ସପେକ୍ଟର ରେଣୁକା ସାହୁଙ୍କୁ ନେଇ ଗଠିତ ଜଏଣ୍ଟ ଟାସ୍କ ଫୋର୍ସ କମିଟି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଉକ୍ତ ରିପୋର୍ଟକୁ ଆଧାରକୁ ଭିତ୍ତିକରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆ କହିଛନ୍ତି। ଖବରପାଇଁ ବିଦ୍ୟୁତ୍‌‌ ବିଭାଗ ଅଧିକାରୀ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଦୋଷତୃଟି ବିଷୟରେ ଅନୁଧ୍ୟାନ ଆରମ୍ଭ କରିଛନପ୍ତି। ଅପରାହ୍ନରେ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଶବ ବ୍ୟବଛେଦ ପରେ ହାତୀର ପୋତି ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଯେଭଳି ଭାବେ ବିରଳ ବନ୍ୟପ୍ରାଣୀ ଗଜରାଜ କେତେବେଳେ ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସି ହେଉ ବା ଆଉ କେତେବେଳେ ଦୃତ ଟ୍ରେନ ଚାଳନା ଯୋଗୁଁ ହେଉ ଜିଲାରେ ହାତୀପଲ ଅସୁରକ୍ଷିତ ରହିବା ସହ ଦିନକୁ ଦିନ ମୃତ୍ୟୁହାର ବେଶ୍‌‌ ବଢ଼ିବାରେ ଲାଗିଛି ତାହା ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories