www.samajalive.in
Friday, December 12, 2025
16.1 C
Bhubaneswar

୨ୟ ଦିନିକିଆ ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱାଙ୍ଖେଡ଼େ ଷ୍ଟାଡିୟମ୍‌ ପିଚ୍‌ରୁ ପେସ୍‌ ବୋଲର ବେଶ୍‌ ସହାୟତା ପାଇଥିଲେ। ଫଳରେ ମ୍ୟାଚ୍‌ରେ କମ୍‌ ସ୍କୋର୍‌ ହୋଇଥିଲେ ହେଁ ଏହା ସଂଘର୍ଷପୂର୍ଣ୍ଣ ହୋଇ ପାରିଥିଲା। ଭାରତ ଉକ୍ତ ମ୍ୟାଚ୍‌କୁ ଜିତି ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ରବିବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହାକୁ ଜିତି ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ ରହିଛି। ବିଶ୍ବର ୨ନଂ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ବିଜୟ ଦିନିକିଆ ବିଶ୍ବକପ୍‌ ବର୍ଷରେ ଆୟୋଜକ ଭାରତକୁ ଦୃଢ଼ ଆତ୍ମବିଶ୍ବାସ ଦେବ। ଭାରତ ପାଇଁ ଖୁସିର ଖବର ଯେ ରୋହିତ ଶର୍ମା ଦଳକୁ ଫେରିଛନ୍ତି ଏବଂ ୨ୟ ଦିନିକିଆରେ ନେତୃତ୍ବ ନେବେ। ଭାରତ ପାଇଁ ଆଉ ଏକ ଖୁସିର ଖବର ଯେ ଖରାପ ବ୍ୟାଟିଂ ଫର୍ମ ଯୋଗୁଁ ଟେଷ୍ଟ ଶୃଙ୍ଖଳାର ଶେଷ ୨ଟି ମ୍ୟାଚ୍‌ ଖେଳିନଥିବା କେ.ଏଲ୍‌. ରାହୁଲ ଫର୍ମକୁ ଫେରିଛନ୍ତି ଏବଂ ତାଙ୍କର ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ୭୫ ରନ୍‌ ବଳରେ ଭାରତ ଜିତିଥିଲା। କେବଳ ଏତିକି ନୁହେଁ; ଆଣ୍ଠୁ ଅସ୍ତ୍ରୋପଚାର ଯୋଗୁଁ ୮ ମାସ ପରେ ଦିନିକିଆ କ୍ରିକେଟ୍‌ ଖେଳିଥିବା ରବୀନ୍ଦ୍ର ଜାଡ଼େଜା ୨ଟି ୱିକେଟ ନେବା ସହ ଅପରାଜିତ ୪୫ ରନ୍‌କରି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ​ହୋଇଥିଲେ। ଜାଡ଼େଜା ଟେଷ୍ଟ ଶୃଙ୍ଖଳାର ଫର୍ମ ଦିନିକିଆରେ ଦେଖାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories