www.samajalive.in
Thursday, December 11, 2025
15.1 C
Bhubaneswar

ଦୁର୍ବଳ ସ୍ଥିତିରେ ଭାରତ-ଚୀନ୍‌ ସମ୍ପର୍କ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ-ଚୀନ୍‌ ସମ୍ପର୍କ ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ଶନିବାର କହିଛନ୍ତି ଭାରତୀୟ ବୈଦେଶିକ ବିଭାଗ ମନ୍ତ୍ରୀ ଏସ୍‌.ଜୟଶଙ୍କର। ବିଶେଷ କରି ଲଦାଖ ପ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିପଦପୂର୍ଣ୍ଣ ରହିଥିବା ଜୟଶଙ୍କର ମତ ଦେଇଛନ୍ତି। ଏହି ପ୍ରାନ୍ତର ଏକାଧିକ ସ୍ଥାନରେ ଦୁଇ ଦେଶର ସେନା ମୁତୟନ ସ୍ଥିତି ଏପରି ରହିଛି ଯେ ସେଠାରେ କୌଣସି ସମୟରେ ଅଘଟଣ ଘଟିପାରେ ବୋଲି ଜୟଶଙ୍କର ଆଶଙ୍କାବ୍ୟକ୍ତ କରିଛନ୍ତି।

ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜୟଶଙ୍କର କହିଥିଲେ ୨୦୨୦ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ଘଟି ଅତିକମ୍‌ରେ ୨୪ଜଣ ଯବାନ ପ୍ରାଣ ହରାଇଥିଲେ। ଗତବର୍ଷ ଡିସେମ୍ବରରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ ମଧ୍ୟ କେହି ପ୍ରାଣ ହରାଇନଥିଲେ। କୂଟନୈତିକ ସହ ସାମରିକସ୍ତରରେ ଆଲୋଚନା ପରେ ଯଦିଓ ସୀମାରେ ଶାନ୍ତି ରହିଛି ତଥାପି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୁର୍ବଳ ବୋଲି କୁହାଯାଇ ପାରିବ। ଯେପର୍ଯ୍ୟନ୍ତ ସୀମା ବିବାଦର ସମଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହୋଇପାରିବ ନାହିଁ ବୋଲି ଜୟଶଙ୍କର ସ୍ପଷ୍ଟ କରି ଦେଇଛନ୍ତି। ସୀମା ବିବାଦର ସମାଧାନ ନିମନ୍ତେ ଦୁଇ ଦେଶ ମଧ୍ୟରେ ୨୦୨୦ରେ ଯେଉଁ ଚୁକ୍ତି ହୋଇଥିଲା ତାହାକୁ ଚୀନ୍‌ ସମ୍ମାନ ଦେବା ଉଚିତ୍‌ ବୋଲି ଜୟଶଙ୍କର କହିଥିଲେ। ଭାରତ ପ୍ରଥମେ ସୀମାରେ କୌଣସି ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ଚୀନ୍‌କୁ ପ୍ରତିଶ୍ରୁତି ଦେଇଛି। ଚୀନ୍‌ ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତିକୁ ସମ୍ମାନ ଦେଲେ ସୀମା ସ୍ଥିତି ଭଲ ରହିବ ବୋଲି ଜୟଶଙ୍କର ମତ ଦେଇଛନ୍ତି। ଚଳିତମାସରେ ସୀମା ସ୍ଥିତି ନେଇ ସେ ଚୀନ୍‌ର ନୂଆ ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଚୀନ୍‌ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ସମ୍ମାନ ଦେବ ବୋଲି ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଜି୨୦ ଗୋଷ୍ଠୀର ସଭାପତିତ୍ବ କରିବାକୁ ଭାରତକୁ ମିଳିଥିବା ସୁଯୋଗ ସମ୍ପର୍କରେ ମତ ଦେଇ ଜୟଶଙ୍କର କହିଥିଲେ ଏହାଫଳରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟସ୍ତରରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଭାରତ ଉଦ୍ୟମ ଜାରି ରଖିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories