www.samajalive.in
Friday, December 12, 2025
16.1 C
Bhubaneswar

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା, ପରିବାରର ଅଭିଯୋଗ – ବ୍ଲାକମେଲ କରୁଥିଲେ ପ୍ରେମିକା

ଡେସ୍କ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ କୁମାର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ଖାରବେଳେ ନଗର ଘରେ ଗତ ସନ୍ଧ୍ୟାରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ସଂଗେ ସଂଗେ ହସ୍ପିଟାଲ ନିଆଯାଇଥିଲା। ତେବେ ଡାକ୍ତରଖାନା ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଡିଜେ ଆଜେକ୍ସଙ୍କ ଦାଦା ଗଣମାଧ୍ୟମକୁ କହିଛନ୍ତି ଯେ ସେ ସନ୍ଧ୍ୟା ସମୟରେ ନିଜ କୋଠରୀରେ ଥିଲେ ଓ କରେଣ୍ଟ ଆସିବା ପରେ ତାଙ୍କୁ ଖାଇବାକୁ ଡାକିବାରୁ କୌଣସି ଜବାବ ଦେଇନଥିଲେ। ପରେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ନିଜେ ବ୍ୟବହାର କରୁଥିବା ବେଡ଼ସିଟରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଖାରବେଳ ନଗର ଓ ଖଣ୍ଡଗିରି ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ଅନ୍ୟପକ୍ଷରେ ମୃତ ଡିଜେ ଆଜେକ୍ସଙ୍କ ମାମୁଁ ଭୋଳାନାଥ ମହାରଣା ଏହି ଘଟଣା ପାଇଁ ପ୍ରେମିକାକୁ ଦାୟୀ କରିଛନ୍ତି। ସେ କହିଛନ୍ତି ହାଇଟେକ ଡେଣ୍ଟାଲ କଲେଜରେ ପଢ଼ୁଥିବା ପ୍ରେମିକା ଜିଜ୍ଞାସା ମହାରଣା ଆଜେକ୍ସଙ୍କୁ ଜଣେ ପୁରୁଷ ଲୋକ ରଶ୍ମି ସହ କଥା ହେବାକୁ କହିଥିଲେ ନଚେତ ସେ ଭିଡିଓ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ। ସମ୍ପୃକ୍ତ ପ୍ରେମିକା ଆଜେକ୍ସଙ୍କ ଠାରୁ ୧୫ ଦିନ ତଳେ ଫୋନ ପେରେ୧୫ ହଜାର ଟଙ୍କା ନେଇଥିବା ତାଙ୍କ ମାମୁଁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories