www.samajalive.in
Monday, December 15, 2025
15.1 C
Bhubaneswar

ଛତୁମଞ୍ଜି ଉତ୍ପାଦନ ପ୍ରଶିକ୍ଷଣ ଶିବିର

ପିପିଲି : ପୁରୀ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ସ୍ଥିତ କଳିଙ୍ଗ ଛତୁ ଉଦ୍ୟୋଗଠାରେ ଏକ ୪ଦିନିଆ ଛତୁମଞ୍ଜି ଉତ୍ପାଦନ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ବ୍ଲକର ୧୦ଜଣ ମହିଳା ଚାଷୀଙ୍କ ସମେତ ୨୦ଜଣ ଅଗ୍ରଣୀ ଛତୁଚାଷୀ ଯୋଗଦେଇ ଉନ୍ନତ ମାନର ଛତୁ ବିହନ ଉତ୍ପାଦନ କରିବାର ବିଭିନ୍ନ ପ୍ରଣାଳୀ ସଂପର୍କରେ ତାଲିମ ନେଇଥିଲେ । ଛତୁମଞ୍ଜି ପ୍ରସ୍ତୁତ କରିବା ପାଇଁ କାଚ ବୋତଲ ପରିବର୍ତ୍ତେ ଜରିମୁଣିର ବ୍ୟବହାର ଉପରେ ଏହି ଶିବିରରେ ଗୁରୁତ୍ୱ ଦିଆଯାଇଥିଲା ।

ଶିବିରର ଅନ୍ତିମ ଦିବସରେ ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ସଞ୍ଜୟ କୁମାର ମହାନ୍ତି ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ସୁମିତ୍ରା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିବିରରେ କଳିଙ୍ଗ ଛତୁ ଉଦ୍ୟୋଗର ପ୍ରତିଷ୍ଠାତା ତଥା ଅଗ୍ରଣୀ ଛତୁଚାଷୀ ସନ୍ତୋଷ କୁମାର ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories