www.samajalive.in
Sunday, December 14, 2025
19.1 C
Bhubaneswar

ବନାଞ୍ଚଳସ୍ତରୀୟ ବନାଗ୍ନି ନିର୍ବାପକ ସଚେତନତା ଶିବିର

ପାଟଣା: ପାଟଣା ବନାଞ୍ଚଳ ସ୍ତରୀୟ ବନାଗ୍ନି ନିର୍ବାପକ ସଚେତନତା ଶିବିର ଆଜି ବନ କାର୍ୟ୍ୟାଳୟ ପରିସରରେ ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ସାହାରପଡା ବନପାଳ ଭୂପତି କୁମାର ସେଠିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାର ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ପାଟଣା ଥାନା ଏସଆଇ ମନୋରମା ସ୍ୱାଇଁ, ଜିଲ୍ଲା ଆଗ୍ନିକ ଅଧିକାରୀ ଦିଲ୍ଲୀପ କୁମାର ବେହେରା, ସାହାରପଡା ଆଗ୍ନିକ ଅଧିକାରୀ ଦେବାଶିଷ ନାଏକ, ପାଟଣା ଆଗ୍ନିକ ଅଧିକାରୀ ମନୋରଞ୍ଜନ ମହାନ୍ତ, ସାହାରପଡା ଜିପିଇଓ ଉମାକାନ୍ତ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼ ଓ ଚମ୍ପାବତୀ ଟୁଡୁ, ସାହାରପଡା ବ୍ଲକ ଅଧ୍ୟକ୍ଷା ରିନା ନାଏକ, ଉପାଧ୍ୟକ୍ଷା ଛବିରାଣୀ ସେଠି, ସାହାରପଡା ମିଶନଶକ୍ତିର ଦୀପାଞ୍ଜଳୀ ରାଉତ, ପାଟଣା ବି ପି ଏମ ରାଜେଶ କିଣ୍ଡୋଙ୍କ ସହିତ ସରପଞ୍ଚ, ୨୭ ଟି ବନସୁରକ୍ଷା ସମିତିର କର୍ମକର୍ତ୍ତା ଓ ୨୭ ଜଣ ଆନିମେଟରଙ୍କ ସହ ବନ ସୁରକ୍ଷା ସମିତି ସଭାପତି ପ୍ରହଲ୍ଲାଦ ପଲେଇ ଓ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗଦେଇ ବନସୁରକ୍ଷା ଓ ବନାଗ୍ନି ନିର୍ବାପକ କ୍ଷେତ୍ରର ଆବଶ୍ୟକତା ଉପରେ ମତ ଦେଇଥିଲେ। ପାଟଣା ବନପାଳ ଚିତ୍ତରଞ୍ଜନ ପରିଡ଼ା, ଖିରେଇଟାଙ୍ଗରୀ ବନପାଳ ସୁନିତା ବଘେଲ, ବନରକ୍ଷୀ ଲକ୍ଷ୍ମୀପ୍ରିୟା ମହାନ୍ତ, ନିରୂପମା ମହାକୁଡ଼, ରଞ୍ଜିତା ମହାନ୍ତ, ଦେବଜାନୀ ମହାନ୍ତ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ମାନେ ଶିବିରରେ ସାମିଲ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories