କଲମପୁର: କଲମପୁର ହନୁମାନ ମନ୍ଦିର ପରିସରରେ ପବିତ୍ର ରାମ ନବମୀ ପାଳନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନେଇ ଶୁକ୍ରବାର ସଂଧ୍ୟାରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା କଳଶ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ପୂଜକ ସୁଦାମ ଚରଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରୁଣ ପୂଜା କରିବା ପରେ ଗୋପୀସାଗର ପୋଖରୀରୁ ଜଳ କଳସରେ ଉଠାଇଥିଲେ। ସତ୍ୟ ନାରାୟଣ ଶର୍ମା, ନିହାର ରଞ୍ଜନ ସାହୁ, ଦୀପକ କୁମାର ସାହୁ, ଆଶୁତୋଷ ପଣ୍ଡା, ପିଣ୍ଟୁ ଜୈନ, ସନ୍ତୋଶ ସାହୁ, ଡି ବାବୁରାଓ ଆଚାରୀ, ରାଜେନ୍ଦ୍ର କୁମାର ପ୍ରଧାନ ଏବଂ ବୀରେନ୍ଦ୍ର କୁମାର ସାହୁ ପ୍ରମୁଖ ନଅ ଜଣ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ଏହି ପାରାୟଣ ଅବସରରେ ଶ୍ରୀରାମ ଚରିତ ମାନସ ପାରାୟଣ ପାଇଁ ବ୍ୟାସ ଭାବେ ମଧ୍ୟପ୍ରଦେଶର ସାଧିବି ଶାନ୍ତି ଦାସ ଯୋଗ ଦେଇଥିବା ବେଳେ ପ୍ରବଚକ ଭାବେ କଟକର ସତ୍ୟ ଚୈତନ୍ୟ ବ୍ରହ୍ମ·ରୀ ଯୋଗ ଦେଇଛନ୍ତି। ପ୍ରତ୍ୟହ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାରାୟଣ କାର୍ଯ୍ୟକ୍ରମ ଥିବା ବେଳେ ସଂଧ୍ୟା ୬ଟାରୁ ରାତ୍ରୀ ୯ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ରହିଛି।



