www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟରେ ପୁଣି ଦୁଇ ଏଚ୍‌୩ଏନ୍‌୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ ଜଣ ଏଚ୩ଏନ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି। ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଛନ୍ତି। ଆରଏମ୍‌ଆରସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ ଏହା ଯଦିଓ କୋଭିଡ ଭଳି ଲକ୍ଷଣଯୁକ୍ତ ତେବେ ଏହାକୁ ନେଇ ଚିନ୍ତା ବା ଆତଙ୍କିତ ହେବା ଉଚିତ ନୁହେଁ। ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଆସୁଥିବା ନମୁନାର ପରୀକ୍ଷା ଆରଏମ୍‌ଆରସିରେ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ଏହି ଗ୍ରାଫ ତଳମୁହାଁ ହୋଇଥିବା ଜଣାପଡୁଛି। ତାପମାତ୍ରା ବୃଦ୍ଧି ସହିତ ସଂକ୍ରମଣ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏହି ଭୂତାଣୁରେ ଆକ୍ରାନ୍ତ ହେଲେ ୯୫% ଲୋକ ୭ରୁ ୮ ଦିନ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି। ପିଲାମାନେ ବିଦ୍ୟାଳୟରେ ମିଳିମିଶି ରହୁଥିବାରୁ ଜଣଙ୍କୁ ହେଲେ ଅନ୍ୟ ଜଣଙ୍କୁ ଶୀଘ୍ର ଆକ୍ରାନ୍ତ କରିବାରେ ସମ୍ଭାବନା ରହିଛି। ଯାହାର ଲକ୍ଷଣ ଦେଖାଯିବ ତାଙ୍କୁ ତୁରନ୍ତ ପରୀକ୍ଷା କରିବାକୁ କୁହାଯାଇଛି। ରାଜଧାନୀ ଚିକିତ୍ସାଳୟର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଓଡ଼ିଶାରେ ସଂକ୍ରମଣ ଅଧିକ ନାହିଁ। ତେବେ ଆଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଛି। ଶିଶୁ ବିଭାଗ ଡାକ୍ତରମାନଙ୍କ ସହିତ ଏନେଇ ଏକ ବୈଠକ ହୋଇଛି। କିଭଳି ଭାବରେ ଏହି ଭୂତାଣୁ ମୁକାବିଲା କରାଯିବ ସେନେଇ ଆଲୋଚନା କରାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଥଣ୍ଡା, କାଶ, ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏଚ୩ଏନ୍୨ ଭୂତାଣୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି। ତେଣୁ କରୋନା ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବା ପାଇଁ ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ଟିକାକରଣ ଓ କରୋନା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ହାତ ଧୋଇବା ଓ କରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଔଷଧ, ଅମ୍ଳଜାନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ମହଜୁୁଦ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖିବାକୁ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିର୍ଦେଶ ଦେଇଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories