www.samajalive.in
Monday, December 15, 2025
24.1 C
Bhubaneswar

‘ଆମ ଜଙ୍ଗଲ ଯୋଜନା’ ଉପଦେଷ୍ଟାଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝରଗଡ଼ : ରାଜ୍ୟ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ ଉପଦେଷ୍ଟା ନାରାୟଣ ପଟ୍ଟନାୟକ ମଙ୍ଗଳବାର ଓ ବୁଧବାର ଦୁଇଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ବନ ସୁରକ୍ଷା ସମିତି ଓ ସେମାନଙ୍କୁ ହସ୍ତାନ୍ତରିତ ଜଙ୍ଗଲ ବୁଲି ଦେଖିଥିଲେ। ଏହି ଦୁଇଦିନିଆ ଗସ୍ତ ସମୟରେ ସେ କେନ୍ଦୁଝର ସଦର ବନାଞ୍ଚଳର ହାଣ୍ଡିଭଙ୍ଗା, ଭାଲୁଘର ଓ ଆହାରପଶି ବନ ସୁରକ୍ଷା ସମିତି, ଘଟଗାଁ ବନାଞ୍ଚଳ ଅର୍ନ୍ତଗତ ସାନଜିଉଳି ମହିଳା ଖଲିପତ୍ର ଉତ୍ପାଦକ ସଂଘ, ଆନନ୍ଦପୁର ବନଖଣ୍ଡ ଅର୍ନ୍ତଗତ ଗୟଳମୁଣ୍ଡା ଓ ଖଜୁରିବଣି ବନ ସୁରକ୍ଷା ସମିତି ଓ ଝରଝଣା ବିସ୍ଥାପିତ କଲୋନୀ ପରିଦର୍ଶନ କରିଥିଲେ। ବନ ବିଭାଗ ସହାୟତାରେ ‘ଆମ ଜଙ୍ଗଲ ଯୋଜନା’ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କ ଜୀବିକାର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ମାନଙ୍କର ମୌଳିକ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସବୁ ଜଙ୍ଗଲ ପରିବେଷ୍ଟିତ ଗ୍ରାମ ଲୋକ ମାନଙ୍କ ପାଖରେ ସଠିକ୍‌ ଭାବେ ପହଞ୍ଚୁଛି କି ନାହିଁ ସେ ସମ୍ପର୍କରେ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ପଚାରି ବୁଝିବା ସହ କେତେକ ମୌଳିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଗ୍ରାମବାସୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ମିଶି ଜଙ୍ଗଲ ସୁରକ୍ଷା ନିମନ୍ତେ ଏହି ସମସ୍ତ ବନ ସୁରକ୍ଷା ସମିତିକୁ ଦିଆଯାଇଥିବା ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରି ଏହାର ସାମ୍ପ୍ରତିକ ପରିସ୍ଥିତି ଓ ଜୈବ ବିବିଧତା ବିଷୟରେ ଅବଗତ ହୋଇ ଆବଶ୍ୟକ ପରାମର୍ଶ ଦେଇଥିଲେ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌.ଡି ଜଣାଇଛନ୍ତି। ଏହି ଗସ୍ତ ସମୟରେ ‘ଆମ ଜଙ୍ଗଲ ଯୋଜନା’ର ରାଜ୍ୟ ପ୍ରକଳ୍ପ ପରିଚାଳନା ସଂସ୍ଥା ପ୍ରତିନିଧି ବିଜୟରାମ ସେନାପତି, କେନ୍ଦୁଝର ଓ ଆନନ୍ଦପୁର ବନଖଣ୍ଡୀୟ ଅଧିକାରୀ, ପାଟଣା ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories