www.samajalive.in
Tuesday, December 9, 2025
17.1 C
Bhubaneswar

ବିଦ୍ୟାଳୟରେ ଇଟାଗଢ଼ା !

ଗଞ୍ଜାମ: ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ସହ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ହେଉ କି ଉପରିସ୍ଥ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ହେଉ ଅନେକ ବିଦ୍ୟାଳୟ ଏବେ ବି ବାପା-ମା’ ଛେଉଣ୍ଡ ଭଳି ପରିଚାଳିତ ହେଉଛି। ବିଦ୍ୟାଳୟ ପରିବେଶକୁ ସରସସୁନ୍ଦର କରିବା ବଦଳେ କେତେକ ସ୍ଥାନରେ ବିଦ୍ୟାଳୟ ପରିସର ପାଲଟୁଛି ଅସାମାଜିକଙ୍କ ଆଡ୍ଡାସ୍ଥଳ। ହେଲେ ବିଦ୍ୟାଳୟ ପରିସରରେ ଇଟା ଗଢାଯିବା ଭଳି ଘଟଣା ଗଞ୍ଜାମ ବ୍ଲକରେ ଆଲୋଚନାର ବିଷୟ ହୋଇଛି। ଦୀର୍ଘ ତିନିମାସ ହେଲା ବିଦ୍ୟାଳୟ ଶ୍ରେଣୀକକ୍ଷକୁ ଲାଗି ହଜାର ହଜାର ସଂଖ୍ୟାରେ ଦୈନନ୍ଦିନ ସିମେଣ୍ଟ ଇଟା ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ହେଲେ ସାହସ ନକରିବା ଆଲୋଚନାର ବିଷୟ ହୋଇଛି।
ଅନୁସନ୍ଧାନ ମୁତାବକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁରସ୍ଥି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟର ଏକ ଶ୍ରେଣୀଗୃହରେ ସିମେଣ୍ଟ ଇଟା ପ୍ରସ୍ତୁତ କରାଯାଉଛି। ତିନିମାସ ଧରି ଏହି କାମ ଚାଲିଛି। ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଚେତିଛନ୍ତି। ଆଜି ବିଇଓ ସୁବାସ ଘଡେଇ, ଏବିଇଓ ତ୍ରିଲୋଚନ ତ୍ରିପାଠୀ, ଗଞ୍ଜାମ ରାଜସ୍ୱ ନିରୀକ୍ଷକ ଓ ଅନ୍ୟମାନେ ବିଦ୍ୟାଳୟକୁ ଯାଇ କିଏ ଓ କିଭଳି ବିଦ୍ୟାଳୟ ପରିସରରେ ସିମେଣ୍ଟ ଇଟା ପ୍ରସ୍ତୁତ କରିବାକୁ ସାହସ ଜୁଟାଇଲା ତାହାର ଅନୁଧ୍ୟାନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଦେଢ କିଲୋମିଟର ଦୂର ଜାତୀୟ ରାଜପଥ ପାର୍ଶ୍ବରେ ରହିଥିବା ଏହି ବିଦ୍ୟାଳୟର ଶ୍ରେଣୀଗୃହରେ ଏଭଳି ଇଟା ତିଆରି ପାଇଁ କିଏ ଓ କାହିଁକି ଅନୁମତି ଦେଲେ ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଛି। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀଙ୍କ ଏଥିରେ ସହଯୋଗ ରହିଥିବା ଆଲୋଚନା ହେଉଛି। ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଏହାର ପ୍ରତିବାଦ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ଏହି ଘଟଣାର ଅନୁଧ୍ୟାନ ହୋଇଛି। ରିପୋର୍ଟ ସେ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ବିଇଓ।
ସୂଚନାଯୋଗ୍ୟଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମାତ୍ର ୧୧ଜଣ ପିଲା ଅଧ୍ୟୟନ କରୁଛନ୍ତି ଓ ଏମାନଙ୍କ ପାଇଁ ଦୁଇଜଣ ଶିକ୍ଷକ ରହିଛନ୍ତି। ମୋଟ ୩ଟି ଶ୍ରେଣୀକକ୍ଷରୁ ଦୁଇଟି ବ୍ୟବହାରଯୋଗ୍ୟ ଥିବା ବେଳେ ତୃତୀୟଟି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ସୁଯୋଗ ନେଇ ବିଦ୍ୟାଳୟ ପରିସରସ୍ଥ ପରିତ୍ୟକ୍ତ ଶ୍ରେଣୀକକ୍ଷକୁ ଲାଗି ଇଟା ପ୍ରସ୍ତୁତି ଦୀର୍ଘ ତିନିମାସ ହେଲା ଚାଲିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories