www.samajalive.in
Monday, December 15, 2025
15.1 C
Bhubaneswar

ଦୁଇ ଫେରାର ଆସାମୀ ଗିରଫ, ଟ୍ରକ ଜବତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ପୁଲିସ ହାତରୁ ଖସିଯାଇଥିବା ୨ ଜଣ ଆସାମୀଙ୍କୁ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି।ଅତାବିରା ଥାନାରେ ଗତ ୨୦୨୨ ୧୧ ସେପ୍ଟେମ୍ବରରେ ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଲୋକେସ ରଞ୍ଜନ ପତି କମ୍ପାନୀର ୪୬ ଗୋଟି ବିଦ୍ୟୁତ ଖୁଣ୍ଟ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି  ପୁଲିସର ଅନୁସନ୍ଧାନ ପରେ ୪ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ କଟା ବିଦ୍ୟୁତ ଖୁଣ୍ଟ, ୩ ଗୋଟି ଟାଟା ଏସି ପିକଅପ ଜବତ କରିଥିଲାା। କିନ୍ତୁୁ ୨ ଜଣ ଫେରାର ଥିଲେ। ଉଭୟ ଆସାମୀକୁ ଗିରଫ କରିବା ପାଇଁ ଥାନା ଅଧିକାରୀ ଅନୀଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଥିଲା। ଏହି ତଦନ୍ତ କ୍ରମେ ଆସାମୀ ଇରଫାନ ଅଲ୍ଲୀ (୩୧) ଓ ପ୍ରଫୁଲ୍ଲ ଭୁଏ (୪୮)କୁ ଗିରଫ କରି  ଆଜିି କୋର୍ଟ ଚାଲାଣ କରାଯାଇଛି। ସେେମାନେ ବ୍ୟବହୃତ କରୁଥିବା ଟ୍ରକକୁ ଜବତ କରାଯାଇଛି। ଆସାମୀ ଦ୍ବୟ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନାର ଗୋଶାଳା ଓ ସିକିରଡ଼ିର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories