www.samajalive.in
Monday, December 15, 2025
17.1 C
Bhubaneswar

ପ୍ରଚଣ୍ଡ ଶଦ୍ଦରେ ଥରିଲା ଓଡ଼ିଶାର ୪ ଜିଲ୍ଲା

ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ)- ପୁଣି ପ୍ରଚଣ୍ଡ ଶଦ୍ଦରେ ଥରିଲା ରାଜ୍ୟର ୪ ଜିଲ୍ଲା । ବଲେଶ୍ୱର ସହ ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କେତକ ଅଂଶ ଏହି ପ୍ରଚଣ୍ଡ ଶଦ୍ଦ ଶୁଣାଯାଇଥିଲା । କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା । ପ୍ରଚଣ୍ଡ ଶଦ୍ଦ ଶୁଣି ଭୟଭୀତ ହୋଇ କିଛି ଲୋକ ବାହାରକୁ ବାହାରି ଆସିଥିଲେ ।

ଦୁଇ ସପ୍ତାହ ତଳେ ଏପରି ଶଦ୍ଦ ଶୁଣାଯାଇଥିଲା । ତେବେ କେଉଁ କାରଣରୁ ଏପରି ପ୍ରଚଣ୍ଡ ଶଦ୍ଦ ହେଉଛି ସେ ବିଷୟରେ କିଛି ଜଣା ପଡି ନାହିଁ । ବେଳେ ବେଳେ ଯୁଦ୍ଧ ବିମାନ ଦ୍ରୁତ ଗତିରେ ଗଲା ବେଳେ ଏପରି ଶଦ୍ଦ ହୋଇଥାଏ । ସୁପରସୋନିକ ଯୋଗୁଁ ଏପରି ପ୍ରଚଣ୍ଡ ଶଦ୍ଦ ହୋଇଥାଏ । ରାଜ୍ୟର ଏହି ୪ଟି ଜିଲ୍ଲାରେ ଏପରି ଶଦ୍ଦ କାହିଁକି ହୋଇଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories