www.samajalive.in
Sunday, December 14, 2025
14.1 C
Bhubaneswar

ସବୁ ଜିଲ୍ଲାରେ ଆଲର୍ଟ ରହିବା ପାଇଁ ନିର୍ଦେଶ- ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ) – ସାରା ଦେଶରେ ଏବେ ପୁଣି କୋଭିଡ୍‌ ସଂକ୍ରଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ ଟି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୧୧୩ ଦିନରେ ଏହା ସର୍ବାଧିକ । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ଭିତରେ ସାରେ ଦେଶରେ ଏଚ୍‌୩ଏନ୍‌୨ ଭାଇରସ୍‌ ଚିନ୍ତା ବଢାଇଛି । ଏହା ହେଲେ ଜର ସହ କୋଭିଡ୍‌ ପରି ଲକ୍ଷଣ ଦେଖା ଦେଉଛି । ଥଣ୍ଡା, କାଶ ,ଛିଙ୍କ , ତଣ୍ଟି ଦରଜ ପରି ସମସ୍ୟା ଦେଖା ଦେଉଛି । ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି ।

ଓଡ଼ିଶାରେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ରାଜ୍ୟର ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ସତର୍କ ରହିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି।   ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଜାରି କରାଯାଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଅଧିକ ଗୁରୁତର ବେଲେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ କୁହାଯାଇଛି । ଏହା ସହ ମାସ୍କ ବ୍ୟବହାର ହାତ ଧୁଆ ଏବଂ ଗହଳିସ୍ଥାନକୁ ନଯିବା ପାଇଁ ସତର୍କତା ଜାରି କରାଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories