www.samajalive.in
Tuesday, December 9, 2025
16.1 C
Bhubaneswar

ମୁଜାଫରପୁର ଆଶ୍ରୟଗୃହ ଯୌନ ନିର୍ଯାତନା ମାମଲା: ବ୍ରଜେଶ୍‍ ଠାକୁର ପଟିଆଲା ଜେଲ୍‍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ମୁଜାଫରପୁର ଆଶ୍ରୟଗୃହ ନାବାଳିକା ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ୍‍ ଠାକୁରଙ୍କୁ ପଞ୍ଜାବର ପଟିଆଲାଠାରେ କଡ଼ା ସୁରକ୍ଷା ବଳୟରେ ଥିବା କାରାଗାରକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ବିହାର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ଘରୁ ଗୁଳିଗୋଳା ଜବତ ହେବା ପରେ ଏଯାବତ୍‍ କାହିଁକି ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଅଦାଲତ କହିଛନ୍ତି ବର୍ମାଙ୍କ ସ୍ୱାମୀ ଓ ମୁଖ୍ୟ ଅଭିଯୁକ୍ତ ବ୍ରଜେଶଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ବର୍ମା ମନ୍ତ୍ରୀ ହୋଇଥିଲେ ମଧ୍ୟ ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି। ତାଙ୍କୁ ଗିରଫ କରା ନ ଯିବା ସମ୍ପୂର୍ଣ୍ଣ ସନ୍ଦେହପୂର୍ଣ୍ଣ ବୋଲି ଦର୍ଶାଇ ବିଚାରପତି ଏମ୍‍. ବି ଲୋକୁର, ଏସ୍‍. ଏ ନାଜିର ଏବଂ ଦୀପକ ଗୁପ୍ତାଙ୍କ ପୀଠ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ଏହି ମାମଲାର ତଦନ୍ତ କରୁଥିବା ସମସ୍ତ ଅଧିକାରୀଙ୍କ ନାମତାଲିକା ବୁଧବାର ସୁଦ୍ଧା ଦାଖଲ କରିବା ନିମନ୍ତେ ସିବିଆଇକୁ ପୀଠ ନିର୍ଦେଶ ଦେଇଛନ୍ତି।
ବ୍ରଜେଶଙ୍କ ତତ୍ତ୍ୱାବଧାନରେ ପରିଚାଳିତ ମୁଜାଫରପୁର ଆଶ୍ରୟସ୍ଥଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ନାବାଳିକା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯିବାର ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତବେଳେ ବର୍ମାଙ୍କ ଘରୁ ୫୦ ଗୁଳି ଜବତ କରାଯିବା ପରେ ସେ ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅସ୍ତ୍ରଶସ୍ତ୍ର ଆଇନାନୁଯାୟୀ ଗିରଫ ଆଶଙ୍କାରେ ବର୍ମା ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ପାଟନା ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଅନ୍ୟପଟେ ବ୍ରଜେଶଙ୍କୁ ଗିରଫ କରାଯାଇ ବିହାରର ଭାଗଲପୁର ଜେଲରେ ରଖାଯାଇଥିଲା। ନିକଟରେ ସେ ରହୁଥିବା ସେଲ୍‍ରୁ ସିବିଆଇ ଏକ ମୋବାଇଲ ଫୋନ ଜବତ କରିଛି। ଉକ୍ତ ଫୋନ ଦ୍ୱାରା ବ୍ରଜେଶ କାରାଗାର ବାହାରର ୪୦ ଜଣଙ୍କ ସହିତ ଯୋଗାଯୋଗ ରଖିଥିବା ସିବିଆଇ ଓକିଲ କୋର୍ଟରେ ପ୍ରକାଶ କରିଛନ୍ତି। ଏପରିକି ସିବିଆଇ ଅଧିକାରୀମାନେ ତାକୁ ଜେରା କରିବାକୁ ଯିବାବେଳେ ବ୍ରଜେଶ ଜେଲ ଅଧୀକ୍ଷକଙ୍କ ସହିତ ପାଟିତୁଣ୍ଡ କରିଥିବା ସିବିଆଇ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ପୀଠ କହିଛନ୍ତି, ବ୍ରଜେଶ ବିରୋଧରେ ସାଙ୍ଘାତିକ ଅପରାଧ ଅଭିଯୋଗ ରହିଥିବାରୁ ତାଙ୍କୁ ଏହି କାରାଗାରରେ ରଖାଯିବା ଉଚିତ ହେବନାହିଁ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories