www.samajalive.in
Sunday, December 14, 2025
17.1 C
Bhubaneswar

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି, ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଜର୍ମାନୀ

ରାଉରକେଲା: ବିଶ୍ବ ବିଜେତା ଜର୍ମାନୀ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ପୁରୁଷ ହକି ୨୦୨୨-୨୩ରେ ତୃତୀୟ ବିଜୟ ହାସଲ କରିଛି। ଶନିବାର ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜର୍ମାନୀ ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଜର୍ମାନୀ ୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାରେ ୪ର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୩ୟ ପରାଜୟ ବରଣ କରିଛି।

ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇଥିବା ଜର୍ମାନୀ ନୂତନ ରଣନୀତି ସହ ଓହ୍ଲାଇଥିଲା। ଦଳ ପ୍ରାରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲା। ୭ ମିନିଟ୍‌ରେ ଜର୍ମାନୀକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ମାଲ୍‌ଟେ ହେଗ୍‌ୱିଗ୍‌ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଜର୍ମାନୀ ୧-୦ ଗୋଲରେ ଆଗୁଆ ରହିଥିଲା। ଅଷ୍ଟ୍ରେଲିଆ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଜର୍ମାନୀ କୌଣସି ସୁଯୋଗ ଦେଇନଥିଲା। ୨ୟ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ୩ୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ଗୋଲ୍‌ ସୁଝାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ବେଳେ ଜର୍ମାନୀ ଗୋଲ ଦେବାକୁ ଘନଘନ ଆକ୍ରମଣ କରିଥିଲା। ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ ୩ୟ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଅନ୍ତିମ କ୍ବାର୍ଟର ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆ ଗୋଲ ବରାବର କରିବାକୁ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ଜର୍ମାନୀ କୌଣସି ସୁଯୋଗ ଦେଇନଥିଲା। ଶେଷରେ ଜର୍ମାନୀ ମ୍ୟାଚକୁ ଏକମାତ୍ର ଗୋଲରେ ଜିତିବାରେ ସଫଳ ହୋଇଥିଲା। ଜର୍ମାନୀର ଜୁଆନ ପଲ୍‌ ଡେନବର୍ଗ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଜର୍ମାନୀ ୬ଟି ମ୍ୟାଚରୁ ୩ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ସୁଟ୍‌ଆଉଟ୍‌ ବିଜୟ ସହ ୧୧ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଜର୍ମାନୀ ୭ମ ମ୍ୟାଚ୍‌ ସୋମବାର ଭାରତ ବିପକ୍ଷରେ ଖେଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories