ଜିଲା ସ୍ତରୀୟ ଲୋକ ଅଦାଲତ: ୩୯ ପାରିବାରିକ ବିବାଦର ବିଚାର, ୩ ଲକ୍ଷ ୦୧ହଜାର ଟଙ୍କା ଆଦାୟ
ଫୁଲବାଣୀ:କନ୍ଧମାଳ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା ଦୌରା ଜଜଙ୍କ ଅଦାଲତରେ ଆଜି ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ୩୯ ଗୋଟି ପାରିବାରିକ ବିବାଦ ମଧ୍ୟରୁ ୧୦ ଗୋଟି ବିବାଦର ବିଚାର କରାଯାଇ ୩ ଲକ୍ଷ ୦୧ହଜାର ଟଙ୍କା ଆଦାୟ କରାଯାଇଛି।
ସେହିପରି,୯୯୨ ଗୋଟି ରାଜସ୍ୱ ଆଦାୟ ମାମଲା ମଧ୍ୟରୁ ୭୭୮ଗୋଟି ମାମଲାର ବିଚାର କରାଯାଇ ୬୧ହଜାର ୪୪୨ ଟଙ୍କା ଆଦାୟ କରାଯାଇଛି। ଅନ୍ୟାନ୍ୟ ୧୦ ଗୋଟି ଆନୁଷଙ୍ଗିକ ମାମଲା ଯାହାକି ଅର୍ଦ୍ଧ-ନ୍ୟାୟିକ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଛି ସେଥିମଧ୍ୟରୁ ୬ ଗୋଟି ମାମଲାର ଫଇସଲା କରାଯାଇଛି। ଜିଲା ଦୌରା ଜଜ୍ ଏବଂ ଅନ୍ୟ ବିଚାର ବିଭାଗୀୟ ଅଧିକାରୀଙ୍କ ଇଜ୍ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା।
Comments are closed.