www.samajalive.in
Monday, December 15, 2025
15.1 C
Bhubaneswar

ଏଚ୍‌ ୩ ଏନ୍ ୨ ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ

ଡେସ୍କ : ଏଚ୍‌୩ଏନ୨ ଭୂତାଣୁ ସଂକ୍ରମଣରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଥିବା କୁହାଯାଇଛି। ପଞ୍ଜାବ ଓ ହରିୟାଣାରେ ଆଉ କେତେକ ସଂକ୍ରମିତ ଏଥିରେ ପ୍ରାଣ ହରାଇଥିବା ଜଣାଯାଇଛି। ଦେଶରେ ଏବେ ୪୧୫ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଚ୍‌୩ଏନ୍୨ ଭୂତାଣୁ କ’ଣ

- Advertisement -

ଏଚ୍‌୩ଏନ୍୨ ହେଉଛି ଏକ ପ୍ରକାର ଋତୁକାଳୀନ ଇନଫ୍ଲୁଏଞ୍ଜା ଭୂତାଣୁ। ତେଣୁ ଏହା ଋତୁକାଳୀନ ସଂକ୍ରମଣ ହୋଇଥାଏ। ଏହା ଜାନୁଆରୀରୁ ମାର୍ଚ୍ଚ ଏବଂ ବର୍ଷା ଋତୁ ପରେ ପରେ ସଂକ୍ରମଣ ହୋଇଥାଏ । ବର୍ଷର ଏହି ଦୁଇ ସମୟରେ ଏହାର ସଂକ୍ରମଣ ଅଧିକ ରହିଥାଏ। ଅନ୍ୟ ସମୟରେ ଏହାର ସଂକ୍ରମଣ କମ୍ ରହିଥାଏ । ଏହି ଭୂତାଣୁ ଆମର ଶ୍ବାସକ୍ରିୟା ବ୍ୟବସ୍ଥାକୁ ସଂକ୍ରମଣ କରିଥାଏ।
ଭୂତାଣୁ ସଂକ୍ରମଣର ଲକ୍ଷଣ
ଏଚ୍‌୩ଏନ୍୨ ଭୂତାଣୁ ସଂକ୍ରମଣ ଦ୍ବାରା ଜ୍ବର ହୋଇଥାଏ। ଏହା ସହିତ କାଶ, ତଣ୍ଟି ଦରଜ, ଛିଙ୍କ, ଥଣ୍ଡା, ନାକରୁ ପାଣି ବାହାରିଥାଏ ଓ ଶରୀର ବ୍ୟଥା ହୋଇଥାଏ। ବେଳେବେଳେ ଝାଡା, ବାନ୍ତି ଓ ଅଣନିଶ୍ବାସୀ ମଧ୍ୟ ଲାଗିଥାଏ। ଆଇସିଏମ୍‌ଆର କହିିବା ଅନୁଯାୟୀ ଭୂତାଣୁ ସଂକ୍ରମଣ ଜନିତ ଜ୍ବର ତିନିଦିନ ପରେ ଛାଡିଯାଏ। ମାତ୍ର କାଶ ଓ ଛିଙ୍କ ୩ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ହୋଇଥାଏ। ଜ୍ବର ହେଲେ ପାରାସିଟାମଲ୍‌ ଖାଇବାକୁ କୁହାଯାଇଛି। ତେବେ ଡାକ୍ତରଙ୍କ ଅନୁମୋଦନ ବିନା କୌଣସି ଆଣ୍ଟିବାୟୋଟିକ୍ ନ ଖାଇବାକୁ କୁହାଯାଇଛି। ସଂକ୍ରମଣ ଏଡାଇବା ପାଇଁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଭୂତାଣୁ ସଂକ୍ରମଣକୁ ଏଡାଇବାକୁ ହେଲେ ଜନଗହଳିସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଅନ୍ୟ ସହିତ ଏକାଠି ବସି ନ ଖାଇବା, ସାମାଜିକ ଦୂରତା ରକ୍ଷା କରିବା, ଆଖି ଓ ନାକକୁ ବାରମ୍ବାର ନ ଛୁଇଁବାକୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories