www.samajalive.in
Sunday, December 14, 2025
19.1 C
Bhubaneswar

ନବରଙ୍ଗପୁରରେ ଆଜାଦୀ କା ଅମୃତ ମହୋତ୍ସବ ଓ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର : ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଜୟପୁର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଓ ମିଶନ ଲାଇଫ ସମ୍ପର୍କିତ ଦୁଇଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନବରଙ୍ଗପୁରରେ ଉଦଘାଟିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ରୂପେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗଦେଇ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ଫୋଟୋ ଚିତ୍ର ପ୍ରଦର୍ଶନୀକୁ ଉଦଘାଟନ   କରିଥିଲେ। ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀ, ଅପରିଚିତ ଯୋଦ୍ଧାଙ୍କ ବୀର ଗାଥା, ଜି -୨୦, ମିଲେଟ ମିଶନ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ
କଲ୍ୟାଣକାରୀ ଯୋଜନା ସମ୍ପର୍କରେ ୫୦ଟି ଫୋଟୋ ମାଧ୍ୟମରେ ଏହି ପ୍ରଦର୍ଶନୀ ଦ୍ବାରା ସୂଚନା ପ୍ରଦାନ କରାଯାଇଛି।
ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ କହିବା ସହ ଭାରତ ସରକାରଙ୍କର ବହୁ ଜନ ହିତକର ଯୋଜନାର ସୁଫଳ  ଲୋକଙ୍କର ନିକଟରେ ପହଂଚିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲାପାଳ  ଡଃ. କମଳ ଲୋଚନ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମିଶନ ଲାଇଫ କେବଳ ଏକ ଜୀବନ ଶୈଳୀ ନୁହେଁ ବରଂ ପ୍ରଗତି ପଥର ଏକ ଜୀବନ ଧାରା ବୋଲି କହିଥିଲେ।ସରକାରଙ୍କର ବହୁ ଯୋଜନା ସମ୍ପର୍କରେ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।
ଏହି  କାର୍ଯ୍ୟକ୍ରମରେ ଆଇଟି ବିଭାଗର ଡେପୁଟି ଡାଇରେକ୍ଟର ବିଶ୍ୱରଂଜନ ଭୁକ୍ତା ଡିଜିଟାଲ ଇଣ୍ଡିଆ, ଜିଲା ଯୋଗାଣ ଅଧିକାରୀ ସଂଜୀବ ସାହୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଜିଲା କୃଷି ବିଭାଗ ଅଧିକାରୀ ଭେଙ୍କଟ ରେଡ୍ଡୀ ମିଲେଟ ମିଶନ,ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣ ଲତା ବିଶ୍ୱାସ ପୋଷଣ ଅଭିଯାନ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଏକ ଶପଥ ପାଠ  କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।
ଏହି ଅବସରରେ ନବରଙ୍ଗପୁରର ସ୍ଥାନୀୟ କଳାକାର ମାନେ ସୂଚନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ  କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣାର କ୍ଷେତ୍ର ପ୍ରଚାର ଅଧିକାରୀ ବିଷ୍ଣୁ ଚରଣ ସାହୁ ଓ ଜୟପୁର କ୍ଷେତ୍ର ପ୍ରଚାର  ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ। ସୂଚନ ଯୋଗ୍ୟ, ପୂର୍ବଦିନ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଉମରକୋଟ  ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ନଗରପାଳ କୁନୁ ନାୟକ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଗରିବ କଲ୍ୟାଣ ଯୋଜନା ବିଷୟରେ କହିଥିଲେ ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories